ନର ନାରାୟଣ


-ବିଚାର, ବିଚାର-

ସୁନ୍ଦର ଧରା,                   ସୁନ୍ଦର ସର୍ଜ୍ଜନା;

ରବି ଶଶୀ ତାରା         କାହିଁ ତାତୁଳନା?

ସୁନ୍ଦର ପୁଣି            ପର୍ବତ ପ୍ରାନ୍ତର;

ସପ୍ତସିନ୍ଧୁ ଘେରା          ଏ ପୃଥ୍ବୀ ସୁନ୍ଦର

 

-ବିଚାର, ବିଚାର-

ସୁନ୍ଦର ତାନଦ           ସୁନ୍ଦର ତାହ୍ର୍ରଦ

ଖଣିରେ ସାଇତା         ଅମୂଲ୍ୟ ସମ୍ପଦ,

ପାହାଡ଼ ଫଟାଇ                   ଝରୁଛି ନିର୍ଝର

ବିଲବାଡ଼ି କରି            ପଟୁରେ ଉର୍ବର

 

-ବିଚାର, ବିଚାର-

ଶୀତ ଥୁରୁ ଥୁରୁ                    ମାଘମାସ ଜାଡ଼

ପଉଷ ସକାଳ           ଥରିଯାଏ ହାଡ଼

ଗ୍ରୀଷମ ବରଷା                    ଶିଶିର ବସନ୍ତ

ଜୀବନ-ନାଟକ           କରିଛି ବିଚିତ୍ର

 

-ବିଚାର, ବିଚାର-

ଆକାଶେ ଉଡ଼ନ୍ତି                  ପକ୍ଷୀ ଭଳି ଭଳି

ମୀନ ମଗର                    ଜଳରେ ସନ୍ତରି,

ବନେ ବିହରନ୍ତି           ଜନ୍ତୁ ଦଳ ଦଳ,

ଗୁହାଳକୁ ଆଶ୍ରି                    ଗୋରୁ ମେଣ୍ଢା ପଲ

 

-ବିଚାର, ବିଚାର-

କି ଗୁଣ ଗାଇବି                    ମୋ ମାଟି ମାଆର,

ମୁଠାଏ ବିହନେ                    ଭରଇ ଅମାର

ବୃକ୍ଷ ଭଳି ଭଳି           କେତେ ଜାତି ଫଳ,

ସୁନ୍ଦର ଧରଣୀ           ଲତାରେ ଶ୍ୟାମଳ

 

-ବିଚାର, ବିଚାର-

 

ପ୍ରାଣୀ ମଧ୍ୟେ ଜାଣ       ମଣିଷଟି ସାର,

ବାହୁରେ ତାହାର                  ଶକତି ଲୁହାର,

ମଗଜରେ ଭରି          ବିଜ୍ଞାନ ବିଚାର

ଯୋଜନ ସର୍ଜନା         କରେ ଆପାଣାର ।୬।

 

    -ବିଚାର, ବିଚାର-

 

-ଆଉ ପଚାର ଭାଇ ପଚାର-




+ -

© Jataayu Charitable Trust
Site designed,developed & maintained by Tekons