ନର ନାରାୟଣ




- ପଚାର ପଚାର-

ମଣିଷ କିଆଁରେ                   ଏତେ ହୀନିମାନ?

ସତ କିରେ କହ                   ଭାଗ୍ୟ ଭଗବାନ?

କିଏ ଗଢ଼ିଛି ଏ            ଶୋଷଣ ବ୍ୟବସ୍ଥା?

 ଶ୍ରମଜୀବି ଲାଗି                   ଯାବତ ଅହନ୍ତା।୬।

 

- ଉଚ୍ଚାର, ଉଚ୍ଚାର-

ମହାମନ୍ତ୍ର ଏହା           ନିଃସ୍ବ ଜନତାର;

ବିଶ୍ବମୟ ଆମେ                   ସର୍ବେ ଏକାକାର;

ଏକତାହିଁ ଆମ           ଚକ୍ର ସୁଦର୍ଶନ

ଜିଣିବାକୁ ଏହି            କୁରୁକ୍ଷେତ୍ର ଋଣ।୧।

 

- ଉଚ୍ଚାର, ଉଚ୍ଚାର-

ଆମେ ବୁଦ୍ଧିଜୀବୀ        ଶ୍ରମିକ କିଷାଣ,

ଆମେରେ ଅନ୍ୟାୟ-    ବିରୋଧୀ ନିଶାଣ,

ଆମେ ଏକତାରେ       ପଜା ଇସପାତ,

ସବୁ ଶୋଷଣକୁ                   କରିବୁ ନିପାତ।୨।

 

- ଉଚ୍ଚାର, ଉଚ୍ଚାର-

ଆମେ ସଂଗଠିତ                  ନଗର ଓ ଗ୍ରାମ,

ଆମେ ସାମବେଦ       ଜୀବନ- ସଂଗ୍ରାମ,

ଶୋଷଣ ବିରୋଧ       ସବୁଜ ଆହ୍ବାନ,

 

ଆମେ ରେ ମଣିଷ      ଆମେ ନାରାୟଣ।୩।




+ -

© Jataayu Charitable Trust
Site designed,developed & maintained by Tekons