ପାରିଷଦ


ଆଲମ୍ଗିର୍‌! ଆଲମ୍ଗିର୍‌!!

ଦୁଲକେ ଦିଲ୍ଲୀ, କମ୍ପେ ଆଗ୍ରା, ତ୍ରସ୍ତ ଆଜମୀର୍

ଆଲମ୍ଗିର୍‌! ଆଲମ୍ଗିର୍‌!!

 

ଆଲମ୍ଗିର୍ଲୋଡେରେ ଆଜି ରାଜକି ହିନ୍ଦୁସ୍ଥାନ

ଦକ୍ଷିଣ ଛାଡି ଉତ୍ତରେ ମୋଡେ ହିଂସାର ଅଭିଯାନ;

ସିଂହାସନ ଅକ୍ତିଆର ଖଡ୍ଗେ ଥିବ ଶକ୍ତି ଯା

ମୁଲକୀ ହକ୍‌, ଗାଦିର ସକ୍ଯୁଦ୍ଧ ହେବ ସ୍ଥିର

ଆଲମ୍ଗିର୍‌! ଆଲମ୍ଗିର୍‌!!

 

ଆଲମ୍ଗିର୍‌! ଆଲମ୍ଗିର୍‌-

ବୃଦ୍ଧ ଶାହା ବନ୍ଦୀଶାଳେ

ନିରବେ ବସି ଅଶ୍ରୁ ଢ଼ାଳେ;

ମୁଲ୍ କହଆଲ୍ଲା ଚାହେ-କାଫେର୍ଦାରା ଶିର୍‌’

ଆଲମ୍ଗିର୍‌! ଆଲମ୍ଗିର୍‌!!

 

ବାଦଶାହୀର ବନ୍ଦା ଯେତେ

ମିଳେ ଭେଟ କାହିଁ ଗୋଟେ

ବୁଡିଲା ନାହା ଶାହାଜାହାନେ ପ୍ରବୋଧି କହେ ଉଜିର୍

ଜାଁହାଁପନା, ହାମେ ସବୁ ଖାଲି ସର୍ବନାମ;

ଆମ କାମ ନିର୍ବିଚାରେ ବିଶେଷ୍ୟକୁ କରିବା ପ୍ରଣାମ;

ଆମେ ସବୁ ଖାଲି ସର୍ବନାମ

ଆମ ଧର୍ମ

କର୍ତ୍ତା ଆଉ ତା କ୍ରିୟା-କର୍ମ

ଅନୁସରି ମାରିବା ସଲାମ;

(ସେ ହେଲେଟି ହେଉ ଲଙ୍କାପତି ବିଂଶବାହୁ,

ଅବା ହେଉ ରାମ)

ଆମେ ଖାଲି ଧୂପଛାୟା, ଜ୍ୟୋତିହୀନ ଆଲୋକ ଫଳକ,

ସ୍ପଟିକର ମିଛଝଳି କାଚମାଳି ତୁଚ୍ଛା ଝକମକ;

ଜାଁହାଁପନା ସଲାମ ସଲାମ

 ବୁଡ଼ିଲା ନାହା ଶାହାଜାହାନେ ପ୍ରବୋଧି କହେ ଉଜିର୍

 

ଆଲମ୍ଗିର୍‌! ଆଲମ୍ଗିର୍‌!!




+ -

© Jataayu Charitable Trust
Site designed,developed & maintained by Tekons