କବନ୍ଧର କବିତା


ଆମ କାମ ତାଙ୍କ ହାତମୁଠା ଟାଣ କରିବା,

ଚାଲ ଆମେ ତାଙ୍କ ହାତମୁଠା ଠାଣ କରିବା

ତାଙ୍କ ହାତମୁଠା ଟାଣ କର,

ତାଙ୍କ ବିଂଶବାହୁ ମଜବୁତ୍କର;

ତାଙ୍କ ବିଂଶବାହୁ ମଜବୁତ୍ହଉ,

ତାଙ୍କ କାର୍ଯ୍ୟକ୍ରମ ଆମ କର୍ମ ହେଉ,

ବିଂଶଦଫା ଆମ ଧର୍ମ ହେଉ

 

ଆମେ ସ୍ବାଧୀନ ହେଲୁ ତାଙ୍କ ଲାଗି

ସ୍ଲୋଗାନ ଦିଅ ଜୟହିନ୍ଦ୍

ଆମେ ଗଣତନ୍ତ୍ର ପାଇଛୁ ତାଙ୍କ ଲାଗି;

ସ୍ଲୋଗାନ ଦିଅ ଜୟହିନ୍ଦ୍

ଆମ ସମ୍ବିଧାନ ଗଢ଼ା ତାଙ୍କ ଲାଗି;

ସ୍ଲୋଗାନ ଦିଅ ଜୟହିନ୍ଦ୍

 

ତାଙ୍କ ଲାଗି ରାମରାଜ୍ୟ ଆରେ ଆସିଲା;

ତାଙ୍କ ଲାଗି ଘିଅ ମହୁ କେତେ ଭାସିଲା;

ତାଙ୍କ ଲାଗି କଳକାରଖାନା ବସିଲା;

ତାଙ୍କ ଲାଗି ସବୁଜ ଖେତ ହସିଲା;

କୀର୍ତ୍ତନିଆ ଭାଇ ବୋଲରେ ବୋଲ,

ପିଟରେ ଗିନି, କରତାଳି ଦେଇ

ପିଟ୍ତୋ ଖୋଳ;

କୀର୍ତ୍ତନିଆ ଭାଇ ବୋଲରେ ବୋଲ

 

ଗରିବୀ ହଟାଓଆହା କି ମଧୁରବାଣୀ!

ଆମେ ଗରିବଙ୍କ ଲାଗି-

ତାଙ୍କର କି ଦରଦ,

କି ମେହରବାନି!

 

ଗରିବୀ ହଟିବ ଭାଇ, ଗରିବୀ ହଟାଓ,

ଗରିବୀ ହଟିବ ନିଶ୍ଚେ, ଗରିବୀ ହଟିବ,

ଗରିବୀ ହଟୁଛି ଜାଣ, ଗରିବୀ ହଟୁଛି,

 

ଗରିବୀ ଯାଇଛି ହଟି, ଗରିବୀ ହଟିଛି




+ -

© Jataayu Charitable Trust
Site designed,developed & maintained by Tekons