୧୯୭୫


ଯାଦୁଗରୀ ମୁଁ ମଞ୍ଚସ୍ଥା-

ସମବେତ ସଭାଜନେ,

 ଏଇ ଶୁଣ ମୋର ଆତ୍ମକଥା;

ଐନ୍ଦ୍ରଜାଲିକ ବିଦ୍ୟା;

ଅବିଦ୍ୟାରେ ପଣ୍ଡିତା ମୁଁ;

ଅଳୀକ ମୁକୁଟ ଝଟକେ ମୋ ମଥା;

ଦେଖି ମୋ ହଟଚମଟ

ଆଉ ଚକ୍ଷୁବନ୍ଧନର ଖେଳ

ମନେ ତୁମ ଜାଗିପାରେ

ପିଲାଦିନେ ଶୂଣିଥିବା କେଉ ରୂପକଥା

କଳ୍ପନାରପୁରୀରେ

ଥିଲା ଯେ ଏକ ରାଜକୁମାରୀ,

ହାତେ ତାର କୁହୁକ କାଉଁରୀ

ହଲିଗଲେ କପୋତୀ ପାଲଟେ ଅଣ୍ଡା,

(ଆଉ) ଯୁବାଜନ ବନିଯାନ୍ତି ଗୋଟିପରି ମେଣ୍ଡା

 

ଏଇ ଦେଖ

ମୋ ହାତ ସଫେଇ;

ଆଖି ଥାଉ ଥାଉ

କିଭଳି ମୁଁ ତୁମକୁ ଅନ୍ଧ ବନାଇ

ମୋ ଖେଳ ଦେଖାଇ ଚାଲେ;

କା ଗଳାରେ ଲଗାଇ ରସି

କାହାକୁ ମଣ୍ଡାଇ ପୁଣି ଫୁଲମାଳେ

(ପ୍ରତାରିତ ଜନତାର ଘନ ଘନ କରତାଳି ତାଳେ ତାଳେ)

କାଳେ କାଳେ

ଏଭଳି ଜଳକା ହୋଇ ତୁମେମାନେ

ରହିଛ ଅନାଇ;

ଏଇ ଦେଖ ମୋ ହାତ ସଫେଇ

ତୁମେ ସବୁ ରହିଛ ଅନାଇ;

ଏଇ ଦେଖ ମୋ ହାତସଫେଇ

 

ତୁମେ ସବୁ ଶୋଇଯାଅ-

ମୁଁ ଜାଗିଛି ମୁଁ ଜାଗିଛି ଦିବାନିଶି

କେବଳ ତୁମ ସଭିଙ୍କୁ ନିରାପଦ ରଖିବା ଦାୟରେ

ତୁମେମାନେ ରହ ବେପରବାୟରେ

 

ଏବେ ଆଉ ତୁମେ ଚିନ୍ତା କର ନାହିଁ;

ମୁଁ ଭାବୁଛି ତୁମ ଲାଗି,

ତୁମ ଇହକାଳ ଆଉ

ପରକାଳ ପାଇଁ

ତୁମେ ଚିନ୍ତା କର ନାହିଁ

ଚୁପ୍ରହ ତୁମେମାନେ,

ମୁଁ ଯା କହୁଛି

ଖାଲି ଶୁଣିଯାଅ କାନେ

ଏକ ଧ୍ୟାନେ

ଚୁପ୍ରହ ତୁମେମାନେ,

ତୁମର ଯାକିଛି ଅଛି

ସବୁଟା ମୋ ଠାରେ ସମର୍ପଣ କର

ମୁଁ ତୁମ ଯୁଗ ଯୁଗ କଳ୍ପନାକୁ

ବାସ୍ତବ କରିବି;

ଘିଅ ମହୁର ବନ୍ୟା

ବୁହାଇବି କାଙ୍ଗାଳ ଗଳିରେ;

ଆସ୍ଥା ରଖ, ଆସ୍ଥାରଖ

 

ମୋର ଇନ୍ଦ୍ରଜାଲେ




+ -

© Jataayu Charitable Trust
Site designed,developed & maintained by Tekons