ସଭ୍ୟତାର ଆଗେ


ସଭ୍ୟତାର ଆଗେ

 

ସୂଚନା

 

ଅତୀତର ପରମ୍ପରାକୁ ବୁଝି ଉପସ୍ଥିତ ପରିସ୍ଥିତିର ବିଚାର କରି ଭବିଷ୍ୟତ ଲାଗି ଯେଉଁ ପନ୍ଥା ନିର୍ଦ୍ଧାରଣ କରାଯାଏ, ତାହା ସାଧାରଣତଃ ପ୍ରମାଦଶୂନ୍ୟ ହୋଇଥାଏ ବୋଲି ଭାଗବତରେ ଉକ୍ତି ଅଛି । ଚଳନ୍ତି ସମାଜର ବିଭିନ୍ନ କ୍ଷେତ୍ରରେ ଯେଉଁସବୁ ସମସ୍ୟାମାନ, ଦେଖା ଦେଉଚି, ସେଗୁଡ଼ିକର

ସମାଧାନ ଲାଗି ପନ୍ଥା ବିଷୟରେ ଚିନ୍ତା କଲାବେଳେ, ଆମକୁ ଲକ୍ଷ୍ୟ ଦେବାକୁ ପଡ଼ିବ ଆମର ପରମ୍ପରା ପ୍ରତି। ଅତୀତର ଅଭିଜ୍ଞତାରୁ ଆମକୁ ଶିକ୍ଷାଗ୍ରହଣ କରିବାକୁ ପଡ଼ିବ।

   ସମାଜର ଗତିଧାରା ବିଷୟରେ ମୋଟାମୋଟି ଧାରଣା ଦେଲା ଭଳି କୌଣସି ବହି ଓଡ଼ିଆ ସାହିତ୍ୟର ଅଦ୍ୟାବଧି ପ୍ରକାଶ ପାଇନାହିଁ। ଏ ଅଭାବ ପୂରଣ ଦିଗରେ ଧାରାବାହିକ ଭାବେ କେତୋଟି ପ୍ରବନ୍ଧ ପୁସ୍ତିକା ପ୍ରକାଶ କରିବା ମୋର ଇଚ୍ଛା । ଏ ପୁସ୍ତିକା ତହିଁର ଆଦ୍ୟ ଅର୍ଘ୍ୟ।

  ବହୁ ବନ୍ଧୁ ମୋର ଏ ଉଦ୍ୟମରେ ସହାନୁଭୂତି ପ୍ରକାଶ କରିଛନ୍ତି, ସାହାଯ୍ୟ ଦେଇଛନ୍ତି ମୁଁ ସେମାନଙ୍କ ନିକଟରେ ଋଣୀ। 

   ପାଠକମାନଙ୍କର ସମାଲୋଚନା ଦ୍ବାରା ଏ ଉଦ୍ୟମ ସେମାନଙ୍କର ଉପଯୋଗୀ ହେବା ଆଶା କରାଯାଏ। ସମାଲୋଚକମାନଙ୍କ ମତାମତ ମୋ ପକ୍ଷରେ ବିଶେଷ ସହାୟକ ହେବ। ସମସ୍ତଙ୍କର ସହଯୋଗ ପ୍ରାର୍ଥନା କରେ।

 

‍-ଲେଖକ-




+ -

© Jataayu Charitable Trust
Site designed,developed & maintained by Tekons