ସଭ୍ୟତାର ଆଗେ




ରାଷ୍ଟ୍ରଶକ୍ତି

       ଏ ବ୍ୟବସ୍ଥା ବଳ ପ୍ରୟୋଗ ବା ହିଂସା ଉପରେ ଗଢ଼ା ହେଲା। ଏହି ଶାସକ ଗୋଷ୍ଠୀ ଜାତିର ଜନସାଧାରଣ ବା ପ୍ରତିନିଧି ସଭାଦ୍ବାରା ନିର୍ବାଚିତ ହେଉଥିଲେ ସତ। କିନ୍ତୁ ସମାଜର ଦ୍ବନ୍ଦମାନ ଦୁଇ ଶ୍ରେଣୀ ମଧ୍ୟରେ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ଏହା ଉଭୟ ଶ୍ରେଣୀ ମଧ୍ୟରେ ବିବାଦମାନଙ୍କର ବିଚାରକ ହେଲା; କୌଣସି ଲୋକ, କି ଦାସ, କି ପ୍ରଭୁ, ଯେପରି ସମାଜର ଧର୍ମ ବା ନିଷ୍ପତ୍ତିକୁ ଅବମାନନା ନ କରେ, ଶାସକଗୋଷ୍ଠୀ ତାର ମୀମାଂସା କଲା; ଯେ ନିୟମ ଲଙ୍ଘନ କଲା ତାକୁ ଶାସ୍ତି ଦେଲେ। ଫଳରେ ଦୁଇ ଶ୍ରେଣୀ ଅର୍ଥାତ୍‌ ସମାଜର ଉର୍ଦ୍ଧ୍ବରେ ହେଲା ଶାସନ ସଂସ୍ଥାର ଆସନ, ସାମଜରୁ ଉଦ୍ଭବ ହୋଇଥିଲେ ହେଁ, ସମାଜର ଏକ ଶ୍ରେଣୀର ସ୍ବାର୍ଥରକ୍ଷା କରୁଥିଲେ ହେଁ ସମାଜ ବା ଶ୍ରେଣୀଠାରୁ ଏହାର ସ୍ବାତନ୍ତ୍ର୍ୟ ପ୍ରକାଶ ପାଇଲା। ସମାଜର ଅଭିନବ ଏହି ଶାସନ ସଂସ୍ଥା ପରିଚିତ ହେଲା ‘ରାଷ୍ଟ୍ରଶକ୍ତି’ନାମରେ । ବଳ ପ୍ରୟୋଗ, ଏକ ଶ୍ରେଣୀର ସ୍ବାର୍ଥରକ୍ଷା କରିବା ଏବଂ ଉଭୟ ଶ୍ରେଣୀଠାରୁ ସ୍ବାତନ୍ତ୍ର୍ୟ ଏହାର ଗୁଣ। ଏ ଶକ୍ତି ଯେଉଁ ଅଞ୍ଚଳ ଉପରେ କ୍ଷମତା ବିସ୍ତାର କରିପାରୁଥିଲା, ତାହାହେଲା ରାଷ୍ଟ୍ର ବା ରାଜ୍ୟ। କୃଷି ଓ ପଶୁପାଳନ ଉତ୍ପାଦନର ଅବଲମ୍ବନ ହେବା ସହିତ ମଣିଷ ସ୍ଥାୟୀ ବାସସ୍ଥଳୀ ଆଶ୍ରୟ କରିଛି। ତେଣୁ ଏବେ ରାଷ୍ଟ୍ରର ସୀମା ନିର୍ଦ୍ଦିଷ୍ଟ ହେଲା। ରାଷ୍ଟ୍ରର ପରିଚାଳନା ଲାଗି ଦଳେ ଲୋକ ଯେତେବେଳେ ଖାସ  ନିଯୁକ୍ତ ରହିଲେ, ସେମାନଙ୍କର ପ୍ରତିପୋଷଣ ଲାଗି ରାଷ୍ଟ୍ରର ପାଣି ଆବଶ୍ୟକ ହେଲା। ସେହିପରି ଯେତେବେଳେ ସ୍ଥାୟୀ ସେନାବାହିନୀ ରଖିବା ଦରକାର ପଡ଼ିଲା, ରାଷ୍ଟ୍ରକୁ ତାହାର ଖର୍ଚ୍ଚ ତୁଲାଇବାକୁ ପଡ଼ିଲା। ରାଷ୍ଟ୍ରର ପରିଚାଳନା ଲାଗି ଆବଶ୍ୟକୀୟ ଅର୍ଥ ରାଷ୍ଟ୍ରର ଜନସାଧାରଣଙ୍କଠାରୁ ସଂଗ୍ରହ କରାଗଲା। ଏହା ହେଲା ରାଜସ୍ବ। ପ୍ରଥମାବସ୍ଥାରେ ସାମୟିକ ଆବଶ୍ୟକ ଅନୁଯାୟୀ ଏହା ସଂଗ୍ରହ କରାଯାଉଥିଲା; ପରେ ଏହା ଧାରାବାହିକ ଭାବେ ପ୍ରତିବର୍ଷ ସଂଗୃହୀତ ହେଲା। ଉତ୍ପନ୍ନରୁ କିଛି ଅଂଶ ରାଜସ୍ବ ହିସାବରେ ପ୍ରତ୍ୟେକ ପରିବାରକୁ ଦେବାକୁ ପଡ଼େ। ମୁଦ୍ରାର ପ୍ରଚଳନ ପରେ ଉତ୍ପନ୍ନ ପରିବର୍ତ୍ତରେ ସେହି ମୂଲ୍ୟର ମୂଦ୍ରା ଟିକସ ରୂପେ ରାଷ୍ଟ୍ର କରିବା ଅଧିକ ସୁବିଧାଜନକ ହେଲା; ମୁଦ୍ରାରେ ରାଜସ୍ବ ସଂଗ୍ରହ ହେବାର ବ୍ୟବସ୍ଥା କରାଗଲା।   




+ -

© Jataayu Charitable Trust
Site designed,developed & maintained by Tekons