ପ୍ରବଞ୍ଚନା


ମୁଁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲି

ରାମରାଜ୍ୟ

ରାମ ଦେହ ରକ୍ଷା କଲେ

ଯୋଜନାର ନାମ ପଞ୍ଚବଟୀ;

ଗଢ଼ା ହେବ ଟଙ୍କା

ଲଙ୍କାଗଡ଼ ଲାଗି ଆସେ

ବିଦେଶରୁ ଟଙ୍କା

ଋଣଭରା ଚାଷୀ ମରେ- ହା ଅନ୍ନ! ହା ଅନ୍ନ!!

ପେଟର ଜ୍ବାଳାରେ ଜଳିଯାଏ ସବୁ ସବୁଜ ସପନ

ରକ୍ଷାକର, ରକ୍ଷାକର

ମୋତେ ଗୋଡ଼ାଇଛି ମୋର ଦୈତ୍ୟ ଭୟଙ୍କର

 

ମୁଁ ସେମାନଙ୍କୁ କହିଲି ଆଣିଦେବି

ଘିଅ ମହୁ

ଗାଈ କ୍ଷୀର ଦେଲା ନାହିଁ,

ମହୁମାଛି ମହୁ ସଂଚିଲାନି,

ଜମିଲା ଟିଣକୁ ଟିଣ ଅଘିରା

ମହୁ ବଦଳରେ ମହୁରା

ସେମାନେ ହଲ୍ଲା କଲେ

ଏଇଟା କଂସପୁରୀ ମଥୁରା!

ରକ୍ଷାକର, ରକକ୍ଷାକର

ମୋତେ ଗୋଡ଼ାଇଛି ମୋର ଦୈତ୍ୟ ଭୟଙ୍କର

 

ମୁଁ ଆଶ୍ବାସନା ଦେଲି, ଆଣିବି

ସମାଜବାଦ

ବୀମା, ବ୍ୟାଙ୍କ କଲି କେତେ ଜାତୀୟକରଣ;

ଅମଲାଙ୍କ ବାହୁ ତଳେ ପଶିଲି ଶରଣ

ଅମଲା ଯେ ଚଳୁକଲେ ସମୁଦ୍ରେକ ପାଣି

ତାହା ଦେଖି ଗଙ୍ଗା ମାତା ବହିଲା ଉଜାଣି

ସେମାନେ ଚିହ୍ନନ୍ତି:

ସମାଜବାଦର ଦୁହା ଢ଼ୋଲପରି ଫମ୍ପା;

ଗୋଦରା କାଳିକୋତରୀ ନାଁଟା ଯାହା ଚମ୍ପା

ରକ୍ଷାକର, ରକ୍ଷାକର

 

ମୋତେ ଗୋଡ଼ାଇଛି ମୋର ଦୈତ୍ୟ ଭୟଙ୍କର




+ -

© Jataayu Charitable Trust
Site designed,developed & maintained by Tekons