ଭୋଜଂନ ଦେହି ରାଜେନ୍ଦ୍ର


ଖାପଛଡା ଲେଖା ମୋର ଅଧା ଅଧା ଉତ୍ତର ପ୍ରଶ୍ନକୁ;

ଦି-ହଜାର ନୋଟ ଯୋଡି କ୍ରୋଡପତ୍ରେ, ଆଉ ବି ଯୋଡ଼ି

ଅଲେଖା ବାର ଫରଦ ଲୋଡ଼ା ସାର୍ଉଚ୍ଚ ଫାଷ୍ଟକାସ୍

ଅପୂର୍ଣ୍ଣ ଯା ପୁର୍ଣ୍ଣକର ପରୀକ୍ଷକ ଡା. ଫଲାନା ଦାଶ

 

ଦେଶସାରା ଲାଗିଛିତ ନିର୍ବଚନ ପାଇଁକି ଲଢ଼େଇ;

ପାଖେ ସାତ କର୍ମୀ, ସେ ପାକ୍ଷରେ ତହିଁରୁ ଧିକ;

ଜିପ୍ହୁଏ ହେରଫେର୍‌, ମାଇକ୍ରେ ଶୁଭେ ଜୟହିନ୍ଦ୍ବଡ଼ଜୋର

ଏଟା ଖାଲି ମିଛେ ମିଛେ ପାଣିକି ବାଡ଼ିଆ

ଆଣି କଳାବାଲା ଠାରୁ ନଅକୋଟି ଚାନ୍ଦା ଆକାରରେ

ଭୋକିଲାଙ୍କ ମୁଖେ ଢ଼ୋକେ ଦିଅ ଆଉ ପାତିଦିଅ ଜାଲ୍

ଜିତାପଟ ରାତି ଅଧ କାରବାରେ

ସାବାସ୍‌, ସାବାସ୍‌!

ପଦର ଆରପଦ ରଚିଦିଅ କବି କାଳିଦାସ

 

ଜନତାର ସେବା ପାଇଁ ମନ୍ତ୍ରୀ ହୋଇ ଘେନିଛ ଶପଥ

ଦରିଦ୍ର ଦେଶଟା ଲାଗି ଲୋଡ଼ା ଶିଳ୍ପ, ଲୋଡ଼ା ବି ଯୋଜନା;

ଏଥିଲାଗି ପାଞ୍ଚକୋଟି, ସେଥିଲାଗି ପଞ୍ଚସ୍ତରୀ ଲକ୍ଷ;

କୃଷିର ଉନ୍ନତି କଳ୍ପେ ଭୂସଂସ୍କାର, ଚକବନ୍ଦୀ ମଧ୍ୟେ;

ଉଦ୍ଘାଟନ କର ଦେଶ ଯେତେ ନଦୀ ପର୍ବତ;

ଦ୍ରାରିଦ୍ର୍ୟର ସୀମାରେଖା ବଢ଼େ ଯେବେ ଭବିଷ୍ୟ ଉଜ୍ଜଳ;

 ଅମଲାଏ କରୁଛନ୍ତି ଫାଇଲରେ ବୈପ୍ଲବିକ ଚାଷ

ପ୍ରସଙ୍ଗେ ଆରପଦ ଲେଖ ଲେଖ କବି କାଳିଦାସ

 

ଧର୍ମଛାଡି ଦେଶର ଅଧୋଗତି; ଘୋଟିଛି ଦୁର୍ଦ୍ଦଶା;

ଧର୍ମ ସଂସ୍ଥାପନା ଲାଗି ଆୟୋଜନ କଲୁଣି ବହୁତ;

ଚାନ୍ଦାରୁ ଉଠିଛି ଲକ୍ଷେ ଲକ୍ଷେ ପୁଣି ସରକାରୀ ଗ୍ରାଣ୍ଟ;

ପେଣ୍ଡାଲ ସାଜସଜ୍ଜା ଖର୍ଚ୍ଚ ଯିବ ପଚାଶ ହଜାର

ଉଦ୍ବୋଧନ ଦେବେ ମନ୍ତ୍ରୀ, ପ୍ରେସ୍ବାଲା ଆସିବେ ଅନେକ

ଚର୍ଚ୍ଚାଲାଗି ଖର୍ଚ୍ଚ ଅଛି, ଏତେ ଟଙ୍କା ଉଠିବ କିପରି?

ବହୁ ଲୋକ ସମାଗମ; ବେଳ କାହିଁ ମାରିବି ନିଃଶ୍ବାସ?

 

ଧର୍ମ ମର୍ମକଥା ଫେଡିଦିଅ କବି କାଳିଦାସ




+ -

© Jataayu Charitable Trust
Site designed,developed & maintained by Tekons