ନର ନାରାୟଣ




- ପଚାର ପଚାର-

ଜନମି ଥିଲି ମୁଁ            ଅମୃତ ସନ୍ତାନ

ଆମେ ମରୁ କିଆଁ        ହା ଅନ୍ନ ଅନ୍ନ

କିଏ ଜାଳେ ଏଥି         ଅଭାବର ନିଆଁ?

ପୋଡି ଛାରଖାର        କେ କରେ ଦୁନିଆଁ।୧।

 

- ପଚାର ପଚାର-

ଶ୍ରମ ଦେଇ ଆମେ      ଛିଡ଼ା କରୁ ଖେତ

 ଆମର କିଆଁରେ        ପୂରେ ନାହିଁ ପେଟ?

ଅମଳି ଫସଲ            କିଏ ନିଏ ଲୁଟି

ଆମ ପିଲା କିଆଁ         ଶୁକୁଟା ଶୁକିଟି।୨।

 

- ପଚାର ପଚାର-

ଜମିପାର କିଆଁ                    ମାଲିକ ଜମିରେ?

ଚାଷୀ ଉପାସିଆ?       ସେମାନେ ଅମୀର?

କଚେରୀ ତ ତା’ର,      ତାହାରି ପୁଲିସ,

କା’ ଆଗରେ ବାବୁ      କରିବୁ ନାଲିସି?।୩।

 

- ପଚାର ପଚାର-

ଖଣି ତଳେ ଦେଉଁ        ରକତ ନିଗାଡ଼ି,

ଆମ ଲାଗି କିଆଁ                  ଚାଚର ଝୁମ୍ପୁଡ଼ି?

ଫଉଜ କି ଖାଲି                    ମୁନାଫା ସକାଶେ?

ଖଣି ମାଲିକ ତ                    ଉଡୁଛି ଆକାଶେ।୪।

 

- ପଚାର ପଚାର-

ବାହୁବଳେ ଠିଆ                   କଳ କାରଖାନା,

ମଜୁରିଆ ପେଟେ        କିଆଁ ଓଦାକନା?

ବାନ୍ଧିଲା କିଏ ସେ        ଆଇନ ଶିକୁଳି

 

ଦୁଃଖ ଜଣାଇଲେ                  ଲାଛିବାକୁ ଗୁଳି।୪।




+ -

© Jataayu Charitable Trust
Site designed,developed & maintained by Tekons