ଫରିଆଦ




କୋଚଟ କଳା ବସ୍ତି,

ଶାସ୍ତ୍ରୀବୁଢ଼ା ସାଥୀରେ ପରା

ଜମିଯାଇଛି ମିଆଁପୁଅର ଦୋସ୍ତି;

ହାଡିଆଭାଇ ବୁଲି ବିକୁଛି

ରାଗରାଗୁଆ ଚଣା;

ଆପାନ୍ନା ତେଣେ ମେଲି ଦେଇଛି

ମସ୍ଗୁଲିଆ ଗାନା,

ନର୍ଦ୍ଦମାର ପୋଚ ସାଥୀରେ

ତାଡିର ଖୁସ୍ବୁ ମିଶେ

ଲାଲ ଗୁଲାପି ଗିଲାସଟାରେ

( କହିବି?)

ଚୌଦଭୁବନ ଦିଶେ

 

ନେପଟା ଚାଳ

ବହଳ ଧୂଆଁ

ସନ୍ତିସନ୍ତିଆ ମାଟି,

ଭଣଭଣିଆ ଅଳିଆ ଗଦା

ଚାଞ୍ଚରା ଆଉତାଟି

ତା ଭିତରୁ ଉକୁଟି ଉଠେ

କୁଙ୍କୁମ ବାଈ

ଘୁଂଘୁର ନାଈ

ଘାଘର ଘିରି ଘିରି;

ଢ଼ୋଲକୀ ବାଜେ

ବାଈଜୀ ନାଚେ;

ସରଗ ଛାଡି ଓହ୍ଲାଇ ଆସେ ପରୀ

 

କଣେ ଶୁଏ ବକରୀଟାଏ

ସେ କଣେ ଶୁଏ ଗୋପିଆ ବଡବୋଲା;

ପଡିଶା ଘରେ ପାର୍ବତୀ ରହେ,

କୋଳରେ ତା

ମାନଥିବା ବାପା ନଥିବା ପିଲା

 

ନେହି ସେ ଗଡେ ମରଦ ସିଂ

ବାଦଶାଟାଏ ଜାଣ;

ସେଠି ସେ ପାଏ

ସମାଜ ଯାହା ଦେଇନି ଭୁଲେ,

 

ମଣିଷ ହେବା ମାନ




+ -

© Jataayu Charitable Trust
Site designed,developed & maintained by Tekons