ଅନ୍ଧଗଳିର ଗାଥା




ମୁଁ ଜାଣିଛି:

ବାସନା ପରିତୃପ୍ତିର ମରୀଚିକା ହିଁ

ଜନ୍ମ ଦିଏ ମୃତ୍ୟୁର ବିଭୀଷିକାକୁ

ଜୀବନେ ସେ ଆସକ୍ତି ଜୁଟି ନାହିଁ ମୋର

ମୃତ୍ୟୁ ମୁକ୍ତି ମୋ ଲାଗି ଏକା କଥା

 

-ତା ପ୍ରତିବାଦର ଶେଷ ନାହିଁ, ତା ବିକ୍ଷୋଭର ଅନ୍ତନାହିଁ;

ପ୍ରତି ମୁହୂର୍ତ୍ତରେ ସେ ତାକୁ କରି ଚାଲିଛି କ୍ଷତବିକ୍ଷତ

ରଙ୍ଗଲାଲ ଯେ ମିଜାଜ୍କୁ ଗୁଲକାଜର କରିବାରେ ଥିଲା ବ୍ୟସ୍ତ

 

-ପଞ୍ଚସ୍ତରୀ ପିକ୍ଅପ୍ପଛଘୁ଼ଞ୍ଚା ଦେଲା:କାରଣ,

ଅଭିସାର ମାଦକତା ପରେ ମଜଗୁଲ ହେବାର ଗୌରବ ଲାଗି

ପରିବେଶ ଭାଙ୍ଗି ଚୂରମାର ହୋଯାଇଥିଲା

ବିରାମହୀନ ପାଲଟ ଆକ୍ରମଣରେ

ନାଗ ଯେପରି ଚେକା ମାରି ଜଡିଯାଏ ସ୍ବୟଂଭୂ ଶିଳାରେ

ଆଉ ଫଣା ତୋଳି ସାବ୍ୟସ୍ତ କରେ ଆପଣା ମର୍ଯ୍ୟାଦା,

ସିଂହ ଜାବରୁ ଉଦ୍ଧାର କରିଥିବା

ତା ଉପରେ ଚେକା କାଟି ଜମିଗଲା

ନାମହୀନ ବାରବୁଲା କୁତା

 

ଜାଲାନା ଫାଙ୍କରେ ତାଆଡକୁ ଅନାଇ ରହିଥିଲେ

ଲଜ୍ଜାନତ ଅଲକତରଞ୍ଜା ଅନେକ ଯୋଡା ଖଞନାକ୍ଷୀ;

 

ସାକ୍ଷୀ ଅଛି ଏହି ଅନ୍ଧଗଳି




+ -

© Jataayu Charitable Trust
Site designed,developed & maintained by Tekons