ଅନ୍ଧଗଳିର ଗାଥା




ସେଥିରେ ଖିଆଲି ବ୍ୟାଘାତ

ମୋର ଜନ୍ମଗତ ଅଧିକାର ଉପରେ ଅଯଥା ହସ୍ତକ୍ଷେପ;

ମୁଁ ତାକଦାପି ବରଦାସ୍ତ କରିବି ନାହିଁ,

ବରଦାସ୍ତ କରିବି ନାହିଁ, ବରଦାସ୍ତ କରିବାର ନୁହେଁ,

ତୁମେଗୁଡା ବୃଥା ହାମଲା କରିବା ଛାଡ;

ହଟି ଯା ଏଠାରୁ

ମୋ କଥାକୁ ତାଚ୍ଛଲ୍ୟରେ ଉଡେଇ ଦେବାକୁ ଚାହଁ

ମୁଁ ଗୋଟାଏ କୁତା, ବାରବୁଲା

ଆଉ ତୁମେ? ମାସିକ ମୋଟା ଦରମା ମହଙ୍ଗାଭତ୍ତା

ପାଉଥିବା ପେଶାଦାର ଗ୍ରେହାଉଣ୍ଡ:

କମ୍ପାନୀ ଲୁଣ-ଗୋଦାମର ପହରାଦାର,

କଳାମୁନିବର ନୂଆ ଡାକବଙ୍ଗଳା ଜଗିବା ଭାର

ଏବେ ତୁମ ଉପରେ ନ୍ୟସ୍ତ

ଜନ ସେବାରେ ବ୍ୟସ୍ତ ରହି

ତୁମେ ବନିଯାଇଛି ବେଶ୍ପେଟା ପେଟା

ହେଲେ ଜାଣେ, ତୁମେ ସବୁ ଜାତିରେ ହେଟା

 

ମୟୂରପୁଚ୍ଛରେ କେବେ କାହାର ପ୍ରକୃତି ବଦଳିଛି?

ଚେହେରାର ଆଟୋପରେ ମୋର ଭ୍ରାନ୍ତି ଜନ୍ମେ ନାହିଁ;

ଲାଠି ପିସ୍ତଲର ଧକାଣରେ ଶଙ୍କିଯିବାର ଜୀବ ନୁହେଁ ମୁଁ

ମୋ ଜନ୍ମଗତ ଅଧିକାର ଲାଗି ମୁଁ ନିଶ୍ଚିୟ ଲଢ଼ିବି

 

ମରିବାକୁ ମୁଁ ଭୟ କରେନାହିଁ




+ -

© Jataayu Charitable Trust
Site designed,developed & maintained by Tekons