ଜଣତନ୍ତ୍ର କଥା କହ।
କଥା କହ କଥା କହ।
ମୌନ ମୁନି କଥା କହ।
କଥା କହ। କଥା କହ।
କଟା ଜିଭ କଥା କହ।
ଲାଠିମାଡ କଥା କହ।
ହୁକୁମବାଜି କଥା କହ।
ଆତଙ୍କ ରାଜ କଥା କହ।
ପୋଲିସରାଜ କଥା କହ।
କଳାଆଇନ କଥା କହ।
ସମ୍ବିଧାନ କଥା କହ।
ସଂଶୋଧନ କଥା କହ।
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ବାଜେ ବାଜେ ଯୁଦ୍ଧଂ ଦେହି ଶଙ୍ଖ
ପାଞ୍ଚାଳିର ବେନି ନେତ୍ରେ ଜଳିଉଠେ ଦୁଃଶାର କଳଙ୍କ।
ଜୟହିନ୍ଦ୍ କଥା କହ।
ରାମରାଜ୍ୟ କଥା କହ।
ଘିଅମହୁ କଥା କହ।
ଗରିବୀ ହଟାଓ କଥା କହ।
ଅତିଭକ୍ତି କଥା କହ।
ଯୁବଶକ୍ତି କଥା କହ।
ରାଜନୀତି କଥା କହ।
ଅର୍ଥନୀତି କଥା କହ।
ନ୍ୟାୟନୀତି କଥା କହ।
ଭଣ୍ଡନୀତି କଥା କହ।
କଥା କହ କଥା କହ।
ଚକ୍ରଧାରୀ ଅଗ୍ରଭାଗେ କଥା କହ।
ଚଢ଼ାଦର କଥା କହ।
ଜୁଆଚୋରି କଥା କହ।
ଚାଲବାଜି କଥା କହ।
ଗୁପ୍ଚୁପ୍ କାରବାର କଥା କହ।
ଦରମାଲା କଥା କହ।
କ୍ଷୁଧାତୁର କଥା କହ।
ରେ ବେକାର। କଥା କହ।
ନିର୍ବାଚନ କଥା କହ।
ମୁକ୍ତିକେଶୀ କଥା କହ।
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ବାଜେ ବାଜେ ଯୁଦ୍ଧଂ ଦେହି ଶଙ୍ଖ
ପାଞ୍ଚାଳିର ବେନି ନେତ୍ରେ ଜଳିଉଠେ ଦୁଃଶାର କଳଙ୍କ।
ଚକ୍ରଧାରୀ ଚିତ୍ତଗତେ,
ଚାଲ ତୁ ପାର୍ଥ:ମୁକ୍ତିରଥେ
ଶଙ୍କା ଯେତେ ମନରୁ ପୋଛ,
ସତ୍ୟ ଲାଗି ଦିଅରେ ଭୋଟ
ବଞ୍ଚିବାକୁ ଦିଅରେ ଭୋଟ॥
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ବାଜେ ବାଜେ ଯୁଦ୍ଧଂ ଦେହି ଶଙ୍ଖ
ପାଞ୍ଚାଳିର ବେନି ନେତ୍ରେ ଜଳିଉଠେ ଦୁଃଶାର କଳଙ୍କ।
(ଚନ୍ଦନ ପଡିଆରେ କଟକ ଓକିଲ ସଂଘ ତରଫରୁ ହୋଇଥିବା ୧୯୭୭ ମସିହା ନିର୍ବାଚନ ପଠିତ)