ନାଗଭୂଷଣ




ଲଚ୍ଛିଆମ୍ମା କାନ୍ଥରେ ପିଟିଦେଲା ମଥା

ନାଗୁ ମୋର ଫାଶିହେ; ନିଅର୍ଥ ଆଉ ବଂଚିବାଟା;

ନାଗୁ ମୋର ନୁହେଁ ଖୁନି, କରିନି ମର୍ଡର

ଏତେ ଖାଲି ଅବିଚାର ସୈତାନି ଅର୍ଡ଼ର

ନାଗୁ ମୋର ଭଲ ପାଏ ମଣିଷ ସଭିଙ୍କି,

ଅନାହାରେ  ଉପାସିଆ ଯେତେ ଦୁଃଖୀରଙ୍କି,

ଭଲପାଏ ହାଡମାଳ ମେଳଚ୍ଛ ମଢ଼ିଆ

ଆଦିବାସୀ ପିଲା

ଭଲପାଏ ମଜଦୁର, ମୋ ପରି କୁଳଟା

ଅପରାଧ ତା’ ଏକା ଭଲପାଇବାଟା

ନା , ନା କଳାକାହ୍ନୁକୁ ମୋ ମାରିବ କିଏ ସେ?

ଲଚ୍ଛିଆମ୍ମା ଆତ୍ମା ରଟେ ଅତୁଟ ବିଶ୍ବାସ

 

ନାଗଭୂଷଣ ବ୍ୟକ୍ତି ନୁହେଁରେ, ସେ ଏକ ଆମ ଶକ୍ତି;

ପ୍ରକୃତିର ଏକ ଋଦ୍ଧିମନ୍ତ ସ୍ରୋତସ୍ବତୀ ନଈ;

ହେ ଦାରୋଗା ହେ ହାକିମ , ହେ ଶାସକ,

ବୃଥା ତୁମ ଆସ୍ଫଳନ, ବୃଥା ପ୍ରତିବନ୍ଧକ,

ତୁମେ ବିକୃତିର ଗୋଟିଏ ଗୋଟିଏ ତାଳପତ୍ର ସିପାହୀ

ତୁମେ ତାକୁ ନିଃଶେଷ କରିପାର ନାହିଁ,

ସେ ସାଗର ପରି ପରିବ୍ୟାପ୍ତ,

ସୃଷ୍ଟିପରି ଓଜସ୍ବିନୀ

 

ସେ କିନ୍ତୁ ତୁମକୁ ଖତମ କରିବ,ଖତମ

ଖତମ କରିବ ତୁମର ଗୋତି ପ୍ରଥା,

ମହାଜନୀ, ମୁନାଫାଖୋରି ହୃଦୟହୀନତା

ଖତମ କରିବ ସେ ସବୁରି ପ୍ରତିକ

ଗୁରୁମୂର୍ତ୍ତି , ରାୟଗୁରୁ, ଆପେୟା

ଗୁଲାମ୍ଅଲ୍ଲିକ୍‌-

ଖତମ କରିବ ସେମାନଙ୍କ ପୋଷା ଦଲାଲ୍‌-

ଗ୍ରାମ ପୋଲିସ, ଥାନାଦାର ଦାରୋଗା,

ମିଲିଟାରି ଜଜ୍ସାହେବମାନଙ୍କୁ

 

ଇତିହାସ ଗତିଧାରାର ଏହା ଅନିବାର୍ଯ୍ୟ ପରିଣାମ

ହିସାବ ନିକାଶର ଏହା ଶେଷଫର୍ଦ୍ଦ

ଜଟିଳ ଅଙ୍କର ଏହା ସରଳ ଉତ୍ତର;

ଜ୍ୟାମିତିକ ପ୍ରତିପ୍ରାଦ୍ୟରେ . ପ୍ର




+ -

© Jataayu Charitable Trust
Site designed,developed & maintained by Tekons