ଫାଶୀ- ଆସାମୀର ଚୋରା-ଚିଠି




ଜେଲର ବଡ଼ହାକିମ

ତଳପାହିଆର ଅନ୍‌ଟରପ୍ରୁମ୍‌ପ୍ୟୁରର, ସବ୍‌ ପ୍ଲାଟୁନର ଅଧିନାୟକ ସେ। ହାକିମ୍‌ ପୋଷାକ ପିନ୍ଧୁ ବା ନ ପିନ୍ଧୁ, ପିନ୍ଧିବାଟା ତାର ସଦାବେଳେ ଫିଟ୍‌ଫାଟ। ଚଳାଚଳ ଭଲ ପରି ବାହାରକୁ ଜଣାଯାଏ।ଆଉ ମାଇକିନା ଏଇ ତାର ପ୍ରିୟ –କୁକୁର,ଶିକାର ,(ନିଜ ଉପରେ ନିଜେ ସନ୍ତୁଷ୍ଟ ଅତିମାତ୍ରାରେ) ତେବେ ସେ ସବୁ ବ୍ୟାପାରରେ ଆମର କୌଣସି ସମ୍ବନ୍ଧ ନାହିଁ।

  ତାର ଚରିତ୍ରର ଅନ୍ୟଦିଗ-ପ୍ୟାନ୍‌କ୍ରାଟସ୍‌ ସହ ତାର ସମ୍ପର୍କ।  ତାର ବ୍ୟବହାର  ରୁକ୍ଷ, ମୂର୍ଖଟାପରି  ରୂଢ଼ା। ଉଦ୍ଧତ ନାଜୀ ଯାହାକୁ କହନ୍ତି, ସେଇଥିରୁ ଗୋଟାଏ। ନିଜର ଚାକିରି ବଜାୟ ରଖିବା ପାଇଁ ଦୁନିଆର ଯେ କୌଣସି ଲୋକକୁ ଉତ୍ସର୍ଗ କରି ଦେଇପାରେ । ପୋଲାଣ୍ଡରୁ ଆମଦାନୀ ଏଇ ଜୀବଟି। ନାମ ସପ୍‌ପା-ନାମର ମାନେ କଣ ଜାଣେନାହିଁ। ସେମାନେ କହନ୍ତି, ସେ କମାର କାମ ଶିଖୁଥିଲା, କିନ୍ତୁ ଜୀବିକା ଅର୍ଜନର ସେଇ ସାଧୁପନ୍ଥା ତାର ଚରିତ୍ର ଉପରେ କୌଣସି ଛାପ ପକାଇପାରିନାହିଁ। ବହୁ ଦିନ ଆଗରୁ ସେ ହିଟଲାରୀ ଦଳରେ ମିଶିଥିଲା, ଖୋସାମତ ଓ କପଟତା ବଳରେ ଏକ ପଦଟି ପାଇଛି। ନିଜର ଚାକିରି ବଜାୟ ରଖିବା ଲାଗି ସେ ସବୁପ୍ରକାର କୌଶଳ ଅବଲମ୍ବନ କଲେ। ବନ୍ଦୀମାନଙ୍କ ମଧ୍ୟରୁ ବା ତାହାର ସହକର୍ମୀମାନଙ୍କ ମଧ୍ୟରୁ କାହାରି ପାଇଁ ବି ତାର କିଛି  ମାତ୍ର ଶ୍ରଦ୍ଧା ବା ସହାନୁଭୂତି ନାହିଁ। ଏପରିକି ବାଳଳ ବା ବାଳିକା, ବୟସ୍କମାନଙ୍କ ପ୍ରତି ବି ନୁହେଁ। ନାଜୀବାଦ ପ୍ରତି ପ୍ୟାନକ୍ରାଟସ୍‌ର କୌଣସି କର୍ମଚାରୀର ବିଶେଷ ଶ୍ରଦ୍ଧା ନାହିଁ କିନ୍ତୁ ତା ବୋଲି  ସପ୍‌ପା ପରି ଏପରି ଦୟାମାୟା ହୀନ ବୋଧହୁଏ ଆଉ କେହିନାହିଁ। ଖାଲି ଜଣଙ୍କୁ ସେ ଟିକିଏ ଖାତିରି କରେ, ଜଣକ ସାଙ୍ଗରେ ଅନେକ ସମୟରେ କଥାବାର୍ତ୍ତା କରେ । ସେ ହେଉଛନ୍ତି ଜେଲଖାନାର ଡାକ୍ତର ପୁଲିସ ମାଷ୍ଟର ଓୟେସନାର। କିନ୍ତୁ  ଜେଲ୍‌ ଡାକ୍ତର ସପ୍‌ପା ପ୍ରତି ଏକା ଭାବ ପୋଷଣ କରନ୍ତି ବୋଲି ମନେ ହୁଏନାହିଁ।

  ସପ୍‌ପା ନିଜ କଥାଟିହିଁ ଭାବେ। ନିଜର ସ୍ବାର୍ଥ ପାଇଁ ହିଁ କେବଳ ସେ ପଦୋନ୍ନତି କରିଛି ଶାସକପଦକୁ, କେବଳ ନିଜର ସ୍ବାର୍ଥଲାଗି ଏ ଶାସନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ବିଶ୍ବସ୍ତ ହୋଇରହିବ। ସେ ବୋଧହୁଏ ଏକମାତ୍ର ଯେ କି ମୁକ୍ତିର ଉପାୟାନ୍ତର ବିଷୟ ବେଳେ ବେଳେ ଚିନ୍ତା କରେ, କିନ୍ତୁ ଏବେ ସେ ଜାଣେ, ଉପାୟନ୍ତର ନାହଁ। ନାଜୀବାଦର ପତନରେ ତାହାର ହିଁ ପତନ ଘଟିବ,ତାର ସ୍ବଚ୍ଛଳ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ, ତାର ସୁସଜ୍ଜିତ ଗୃହ ଓ ତାର ବିଳାସପୂର୍ଣ୍ଣ ସାଜସଜ୍ଜା ଉଭେଇଯିବ। ତା’ର ବିଳାସପୂର୍ଣ୍ଣ ସାଜସଜ୍ଜା ପାଇଁ ସେ କଣ ବା ନ କରିଛି, ଫାଶୀପାଇଲା ଚେକ ଲୋକଙ୍କର ପୋଷାକ ବ୍ୟବହାର କରିବାକୁ ବି ସେ କୁଣ୍ଠାବୋଧ କରିନାହିଁ।

  ହଁ, ନାଜୀବାଦର ପତନରେ ହିଁ ତାହାର ପତନ। 




+ -

© Jataayu Charitable Trust
Site designed,developed & maintained by Tekons