ଫାଶୀ- ଆସାମୀର ଚୋରା-ଚିଠି




୧୯୪୧ ସାଲର ଫେବୃୟାରୀ ମାସ। କେନ୍ଦ୍ରୀୟ ପରିଷଦର ସମସ୍ତେ ସେତେବେଳେ ସୁଦ୍ଧା ଗିରଫ ହୋଇନଥିଲେ। ଜଣେ ମାତ୍ର ମୁକ୍ତ ରହିଛି। ସେ ହଉଛି ଜିକା। ବହୁଦିନ ଧରି ତା ସହିତ ମୋର ଚିହ୍ନା ଜଣା, ଖୁବ୍‌ ଭଲ ପାଏଁ ତାକୁ। କିନ୍ତୁ ଏବେ ଯେଉଁ କାମ ଦୁହେଁ ମିଳି କରିବାକୁ ବସିଲୁଁ। ସେଥିରୁ ଆମେ ପରସ୍ପରର ଅନ୍ତର ସହିତ ପରିଚିତ ହେଲୁଁ। ସେ ଗେଡ଼ା ଗୋଲଗାଲ ଲୋକ, ସବୁବେଳେ ହସକୁରା ମୁହଁ, ସାର୍ବଜନୀନ କକା ହେବାର ଉପଯୁକ୍ତ ଲୋକ-କିନ୍ତୁ ପାର୍ଟି କାମରେ ଅନୁରକ୍ତ, ଅସଂଦିଗ୍ଧ, ଦୃଢ଼, ଅପୋଶହୀନ। ତାକୁ ଯେଉଁ କାର୍ଯ୍ୟ କରିବାକୁ ହେବ , ତା ବ୍ୟତୀତ ସେ ଅନ୍ୟ କିଛି ଜାଣେନାହିଁ , ଜାଣିବାକୁ ବି ଚାହେଁ ନାହିଁ। କର୍ତ୍ତବ୍ୟ ପାଇଁ ସେ ନିଜକୁ ସବୁଥିରୁ ବଞ୍ଚିତ କରିଛି। ସେ ଲୋକଙ୍କୁ ଭଲପାଏ, ଲୋକେ ବି ତାକୁ ଭଲ ପାଆନ୍ତି। କିନ୍ତୁ  ସେମାନଙ୍କର ଦୁର୍ବଳତାର ସୁଯୋଗ ନେଇ ସେ ସେମାନଙ୍କୁ ଦବେଇ ରଖିବାକୁ ଚାହେଁନାହିଁ।

  ଦୁହେଁ ଏକମତ ହେବାକୁ କେତେକ ମିନିଟ୍‌ ମାତ୍ର ଲାଗିଲା ଏବଂ ଆଳ୍ପ କେତୋଟି ଦିନ ଭିତରେ ନୂତନ ନେତୃତ୍ବର ତୃତୀୟ ସଭ୍ୟ ସଂଗେ ପରିଚୟ ହେଲା।ଗତ ମେ ମାସଠାରୁ ଜିକା ସାଙ୍ଗରେ ତାର ଯୋଗାଯୋଗ ଥିଲା । ସେ ହେଉଛି ହୋନତ୍ସା ଚାର୍ନି। ଦୀର୍ଘକାୟ, ସୁରୁଚି ସମ୍ପନ୍ନ ଏକ ଯୁବକ,ଅଳ୍ପ ବୟସ, ଜନତା ପ୍ରତି ତାଙ୍କର ମମତା ଅପୂର୍ବ। ସ୍ପେନ୍‌ରେ ସେ ଲଢ଼ିଛି, ଯୁଦ୍ଧ ଲାଗିଯିବା ପରେ ନାଜୀ ଜର୍ମାନୀ ପାର ହୋଇ ସେ ଫେରିଛି ଦେଶକୁ, ଫୁସ୍‌ଫୁସ୍‌ରେ ତାର ରହିଛି କ୍ଷତ। ତାପରଠାରୁ ସୈନିକଗଣ ତାଠାରେ ରହିଲା ସଦାବେଳେ ଗୋପନ ଆନ୍ଦୋଳନର ଅଭିଜ୍ଞତା ଥିଲା ତାର ବହୁତ, ଧୀମାନ୍‌ ସବୁ କାର୍ଯ୍ୟରେ ଅଗ୍ରଣୀ।

   ମାସ ମାସ ଧରି କଠିନ ସଂଗ୍ରାମ ଭିତରେ ଆମେ ବନିଲୁଁ ଚମତ୍କାର ସାଥୀ। ମନୋଭାବ ଓ ଆମର ବିଶେଷ ବିଦ୍ୟାଭ୍ୟାସ ଉଭୟ ଥିଲେ ଆମେ ପରସ୍ପରର ପରିପୂରକ ହେଲୁଁ । ଜିକା ସଂଗଠନ , ବାସ୍ତବବାଦୀ ,ଇମିତି ତେଲେଇକିରି କଥା କହିବ ଯେ ତୁମେ ବିରକ୍ତ ହୋଇଯିବ । ବୃଥା ବାକ୍ୟାଡ଼ମ୍ବରରେ ସେ ପ୍ରତାରିତ ହେବାର ଲୋକ ନୁହେଁ। ପ୍ରତ୍ୟେକ ବିବରଣୀକୁ ଖିନ୍‌ଭିନ୍‌ କରି ଦେଖି ସେ ତାର ସମସ୍ତ ଗୁରୁତ୍ବ ଉପଲବ୍ଧି କରେ, ପ୍ରତି ପ୍ରସ୍ତାବକୁ ପ୍ରତ୍ୟେକ ଦିଗରୁ ପରୀକ୍ଷା କରି ଦେଖେ, ଆଉ ଦଳର ନିର୍ଦ୍ଦେଶ ପାଳନ କରେ, ହୃଦୟବତ୍ତା ସହକାରେ ଅଥଚ ଦୃଢ଼ଭାବରେ।

 ଚାର୍ନି ଉପରେ ଭାରଥିଲା ଶତ୍ରୁର କାର୍ଯ୍ୟକୁ ପଣ୍ଡକରିବା ଓ ସଶସ୍ତ୍ର ବିଦ୍ରୋଦର ଆୟୋଜନ । ସେ ସାମରିକ ପରିଭାଷାରେ ଭାବେ, ନୂତନ ନୂତନ ଉଦ୍ଭାବନରେ ସେ ରତ, ବିରାଟ ପରିକଳ୍ପନା ତାର; ଯୋଜନାର ପରିସର ସୁବିସ୍ତୃତ, ନୂତନ କର୍ମୀ ଆଉ ନୂତନ ଶକ୍ତିର ଆଧାରମାନ ଆବିଷ୍କାର କରିବାରେ ଅବିରାମ ଚେଷ୍ଟା ତାର, ସଫଳ ହୁଏ ମଧ୍ୟ।

ମୁଁ ହେଲି ସାମ୍ବାଦିକ, ରାଜନୈତିକ ଆନ୍ଦୋଳନକାରୀ; ମୋତେ ମୋର ପ୍ରାଣେନ୍ଦ୍ରିୟ ଉପରେ ନିର୍ଭର କରି ଚଳିବାକୁ ପଡ଼େ।  ବେଳେବେଳେ ମନେହୁଏ ମୁଁ କିଂଭୂତକିମାକାର , ଭାରସାମ୍ୟ ଆଉ ଏକତା ରକ୍ଷା ଦିଗରେ ମୋର ଝୁଙ୍କ।

  ଆମର ବିଭାଗ ବଣ୍ଟନ ଦ୍ବାରା ଆମର ଦାୟିତ୍ବ ବିରକ୍ତ ହେଲା; କାମ କିନ୍ତୁ ଏକା। ଯେବେ ସ୍ବତନ୍ତ୍ର କାମରେ ଡାକରା ଆମେ ବା ସଠିକ୍‌ ଉପାୟ ନିର୍ଦ୍ଧାରଣର ସମୟ ଆସେ ସେତେବେଳେ ଆମେ ପରସ୍ପରର ବିଭାଗର କାମ ଚଳାଉଁ, ନିଜ ଉପରେ ଦାୟିତ୍ବ ବହନ କରୁଁ। ଦେଖାସାକ୍ଷାତ କରି ଆଲୋଚନା କରିବାରର ସମୟ ତ ନାହିଁ ଆଉ। ଫେବୃୟାରୀ ମାସରେ ପାର୍ଟି ଉପରେ ଯେଉଁ ଚଡ଼କ ଆସି ପଡ଼ିଲା ସେଥିରେ ସବୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା, ଦା ପୂରାପୂରି ଆଉ ସୁଧାରି ହେଲାନାହିଁ। ପାର୍ଟିର କେତେଗୁଡ଼ାଏ ବିଭାଗ ବିଲକୁଲ ମୂଳପୋଛ ହୋଇଯାଇଥିଲା, କେତେଗୁଡ଼ିକୁ ପୁଣି ଥରେ ଗଢ଼ିବାକୁ ପଡ଼ିଲା; କିନ୍ତୁ ସେଗୁଡ଼ିକ ସଙ୍ଗେ ଯୋଗସୂତ୍ର ସ୍ଥାପନ କରିବା ଅସମ୍ଭବ ହୋଇଉଠିଲା। ବହୁ କାରଖାନାର ସେଲ୍‌ଗୁଡ଼ିକୁ, ଏପରିକି କେତେ ସ୍ଥଳରେ ଗୋଟାଏ ଗୋଟାଏ ଅଞ୍ଚଳର ସଂଗଠନକୁ ବିଚ୍ଛିନ୍ନ ହୋଇଗଲା।ତା ପୂରାପୂରି ଆଉ ସୁଧାରି ହେଲା ନାହିଁ । ପାର୍ଟିର କେତେ ଗୁଡ଼ିଏ ବିଭାଗ ବିଲ୍‌କୁଲ୍‌ ମୂଳପୋଛ ହୋଇଯାଇଥିଲା। କେତେଗୁଡ଼ିକ ପୁଣିଥରେ ଗଢ଼ିବାକୁ ପଡ଼ିଲା, କିନ୍ତୁ ସେଗୁଡ଼ିକ ସଙ୍ଗେ ଯୋଗସୂତ୍ର ସ୍ଥାପନ କରିବା ଅସମ୍ଭବ ହୋଇଉଠିଲା ବହୁ କାରଖାନାର ସେଲ୍‌ ଗୁଡ଼ିକୁ, ଏପରିକି କେତେ ସ୍ଥଳରେ ଗୋଟାଏ ଗୋଟାଏ ଅଞ୍ଚଳର ସଂଗଠନକୁ ବିଚ୍ଛିନ୍ନ ଭାବରେ  ମାସ ମାସ ଧରି କାମ କରିବାକୁ ପଡ଼ିଲା; ପରେ ସେଗୁଡ଼ିକ ସହିତ ଯୋଗାଯୋଗକରିବା ସମ୍ଭବ ହେଲା। ଏତିକିମାତ୍ର ଆଶାପୋଷଣ କରୁଥିଲୁଁ-ଆମର କେନ୍ଦ୍ରୀୟ ଖବରକାଗଜ ଖଣ୍ଡିକ ସେମାନେ ପାଉଥିବେ ଆଉ ସେଥିରେ ଯେଉଁ ସାଧାରଣ ନିର୍ଦ୍ଦେଶ ଦିଆଯାଉଥିଲା ସେହି ଅନୁସାରେ କାମ କରୁଥିବେ ।

  କାମ କରିବା ବଡ଼ କଠିନ, ସେତେବେଳେ ମୁଣ୍ଡ ଗୁଞ୍ଜିବାକୁ ଆମର ସ୍ଥାନ ନଥିଲା। ଆଗର ଆଡ୍ଡାଗୁଡ଼ିକ ଆମେ ବ୍ୟବହାର କରି ପାରୁନଥିଲୁଁ କାହିଁକି ନା ସେଗୁଡ଼ିକ ଯେତେବେଳେ ଶତ୍ଚୁର କଡ଼ା ନଜରରେ ବୋଧହୁଏ ଥିଲା। ପ୍ରଥମେ ଆମର ଟଙ୍କା କଉଡ଼ି ନଥିଲା, ଆଉ ବି ରେଶନ କାର୍ଡ଼ ବିନା ସେତେବେଳେ ରସିଦ ଯୋଗାଡ଼ କରିବା ମୁସ୍କିଲ; ରେଶନ କାର୍ଡ଼ରୁ ସେମାନେ ଆମର ପତ୍ତା ପାଇପାରିଥାନ୍ତେ। ଏହିସବୁ ବାଧା ଅତିକ୍ରମ କରି ଆଗେଇବାକୁ ପଡ଼ିଲା ଏପରି ସମୟରେ, ଯେତେବେଳେ ଆୟୋଜନ ଆଉ ପୁନର୍ଗଠନ ଳାଗି ବେଳ ଗଡ଼ିଯାଇଥିଲା। ସେତେବେଳେ ଯୁଦ୍ଧରେ ଆମକୁ ସକ୍ରୀୟ ଅଂଶ ଗ୍ରହଣ କରିବାର ସମୟ ଆସିଛି, କାରଣ ସୋଭିଏତ୍‌ ୟୁନିଅନ୍‌ ଉପରେ ସେତେବେଳେ ଆକ୍ରମଣ ହୋଇଗଲାଣି।

  ଆମର କର୍ତ୍ତବ୍ୟ ଶତ୍ରୁ ଅଧିକୃତ ଅଞ୍ଚଳ ଭିତରେ ରହି ଆକ୍ରମଣକାରୀଙ୍କ ବିରୁଦ୍ଧରେ ଲଢ଼ାଇ କରିବା, ଶତ୍ରୁର କାର୍ଯ୍ୟ ପଣ୍ଡ କରିବ ଲାଗି ଖଣ୍ଡ ଯୁଦ୍ଧ ଚଳାଇବା କେବଳ ଆମରି ନିଜର ଫୌଜଦ୍ବାରା ନୁହେଁ, ଯେତେଦୂର  ସମ୍ଭବ ସମଗ୍ର ଚେକ୍‌ ଜାତିର ଶକ୍ତି ନିୟୋଜିତ କରିବୁଁ ସେଥିରେ। ୧୯୩୯ ଠାରୁ ୧୯୪୧ ସାଲ ଥିଲା ଆୟୋଜନର ସମୟ, ପାର୍ଟି ସେତେବେଳେ ଗୋପନ କାର୍ଯ୍ୟରେ ବ୍ୟସ୍ତ, ଗୋପନ କାର୍ଯ୍ୟ କେବଳ ଜର୍ମାନ ପୁଲିସମାନଙ୍କ ବିରୁଦ୍ଧରେ ନୁହେଁ, ସମଗ୍ର ଜର୍ମାନ ଜାତି ବିରୁଦ୍ଧରେ । ରକ୍ତାକ୍ତ ଉତ୍ପୀଡ଼ନ ସତ୍ବେ ଆକ୍ରମଣକାରୀ ବିରୁଦ୍ଧରେ ପ୍ରତିରୋଧ ଚଳାଇବା ଲାଗି ପର୍ଟିକୁ ତାର ସଂଘ ଶକ୍ତି ସୁଦୃଢ଼ ଓ ସୁନିୟନ୍ତ୍ରିତ କରିବାକୁ ପଡ଼ିଲା। ତା ସହିତ ବି ଜାତିର ବିଶ୍ବାସଭାଜନ ହେବା ଆମର ଦରକାର। ତାହାର ଅର୍ଥ ଯେଉଁମାନେ କୌଣସି ଦଳଭୁକ୍ତ ନୁହନ୍ତି ସେମାନଙ୍କ ସହିତ ସମ୍ପର୍କ ରଖିବାକୁ ହେବ, ସମଗ୍ର ଜାତିକୁ ସଂଗ୍ରାମ କରିବାକୁ ଡାକରା ଦେବାକୁ ପଡ଼ିଲା, ଯେଉଁମାନେ ଇତସ୍ତତଃ ହେଉଥିଲେ ସେମାନଙ୍କ ସାଙ୍ଗରେ ସିଧାସଳଖ ସମ୍ପର୍କ ରଖିବା ଦରକାର ହେଲା।

  ୧୯୪୧ ସାଲର ସେପ୍‌ଟେମ୍ବର ପ୍ରଥମ ଭାଗରେ ଆମର ଭାଙ୍ଗିପଡ଼ିଥିବା ସଂଘକୁ ଯେ ଅମେ ପୁନର୍ଗଠିତ କରି ପାରିଥିଲୁ ଏକଥା କହି ହେବନାହିଁ। ତେବେ ଏତିକି କହିପାରେ ଯେ ଗୋଟାଏ ସୁନିୟନ୍ତ୍ରିତ ଦୃଢ଼ ଭିତ୍ତି ଅନ୍ତତଃ ପଡ଼ିଲା। ଏହି ଛୋଟ ଦଳକୁ ନେଇ କେତେକ ପରିମାଣରେ କାମ କରିବା ସମ୍ଭବ ହେବ। ପାର୍ଟିର ଅଭିଯାନ ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲା। ଶତ୍ରୁକୁ ପଣ୍ଡ କରିବା କାର୍ଯ୍ୟ ବ୍ୟାପିଲା। ଚାରିଆଡ଼େ କାରଖାନାରେ ହେଲା ଧର୍ମଘଟ। ସେପ୍ଟେମ୍ବର ଶେଷ ଆଡ଼କୁ ସେମାନେ ଡେଡ଼୍ରିଖକୁ ଆମ ପିଛାରେ ଲଗେଇଲେ।

     ସାମରିକ ଆଇନର ପ୍ରଥମ ପର୍ଯ୍ୟାୟ ଏହି ବର୍ଦ୍ଧମାନ ସକ୍ରୀୟ ପ୍ରତିରୋଧକୁ ଦଳିଦେଇ ପାରିଲା ନାହିଁ। ଅବଶ୍ୟ ତଦ୍ଦ୍ବାରା ଆମର ଅଗ୍ରଗତି ଧିମେଇଗଲା, ପାର୍ଟି ଦେହରେ ନୂତନ ଚୋଟ ଲାଗିଥିଲା। ସବୁଠାରୁ ବେଶି ମାଡ଼ ପଡ଼ିଲା ପ୍ରେଗ୍‌ ଜିଲା ଆଉ ଯୁବକ ସଂଘ ଉପରେ। ଧରାପଡ଼ିଲେ ଆମର ଆଉ କେତେଜଣ ନେତା, ପାର୍ଟିର ବହୁମୂଲ୍ୟ ସମ୍ପଦ ସେମାନେ-ଜ୍ୟାନ୍‌କ୍ରୋଟି, ସ୍ଥାନିତ  କଲା, ମିଲୋଶ, କ୍ର୍ୟାସନି ଏବଂ ଆହୁରି ଅନେକ। 




+ -

© Jataayu Charitable Trust
Site designed,developed & maintained by Tekons