ଚରିତ୍ର ଚିତ୍ର
-ଦ୍ବିତୀୟ ପର୍ଯ୍ୟାୟ-
ପ୍ୟାନ୍ କ୍ରାଟସ୍
ଜେଲଖାନାରେ ଜୀବନ ଦୁଇ ପ୍ରକାରର। ଗାରଦରେ ବନ୍ଦ, ପୃଥିବୀଠାରୁ ସମସ୍ତ ସମ୍ପର୍କ ବିଚ୍ଛିନ୍ନ-ତଥାପି ପୃଥିବୀସହିତ ସମ୍ବନ୍ଧ ଘନିଷ୍ଠ-ଅନ୍ତତଃ ରାଜବନ୍ଦୀମାନଙ୍କ କଥା କହିବାକୁ ଗଲେ ଏକଥା ଘଟେ-ସେ ଏକ ପ୍ରକାରର ଜୀବନ। ଆଉ ଏକ ଜୀବନ ଦେଖାଯାଏ ଗାରଦ ସାମନା ଲମ୍ବା ବାରନ୍ଦାରେ ଅଣନିଃଶ୍ବାସୀ ଅଧା ଅନ୍ଧାର ଭିତରେ ଏକ ସୁସମ୍ବନ୍ଧ ଜୀବନ ଫୁଟି ଉଠିଛି- ଗାରଦର ଜୀବନଠାରୁ ବି ତାହା ଆହୁରି ନିଃସଙ୍ଗ –ଲୋକଭିଡ଼ ବେଶ୍, ହେଲେ ବି ସେ ଜୀବନ ନିଃସଙ୍ଗତା ଜଡ଼ିତ। ସେହି ଜୀବନ ବିଷୟରେ ଏଠି ପଦେ ଅଧେ କହିବି।
ସେଠିକାର ପ୍ରଣୀ ଦୋସରା ପ୍ରକାରର, ଇତିହାସ ଭିନ୍ନ ଧରଣର। ତା ନହେଲେ ମୁଁ ସେ ବିଷୟରେ ଗବେଷଣା କରିନଥାନ୍ତି। ବରଂ ମୁଁ ଦେଖିଥାଆନ୍ତି ଆମର ମଞ୍ଚ ସାମନାରେ ଦୃଶ୍ୟ,-ସଜ୍ଜା,ଦେଖିଥାଆନ୍ତି ତାର ଉପରର ଶକ୍ତ ଅନମନୀୟ ଆବରଣ , ଆଉ ଜାଣିଥାଆନ୍ତି ସେଇ ଆବରଣ, ଗାରଦର ବାସିନ୍ଦାମାନଙ୍କୁ ଅବିରତ କିପରି ପେଷଣ କରୁଛି।ବର୍ଷେ ଏପରିକି ଛମାସ ଆଗରୁ ସେଇଆ ମୋର ଧାରଣା ଥିଲା। କିନ୍ତୁ ବର୍ତ୍ତମାନ ମୁଁ ଆବରଣ ଭିତରେ ଅନେକ ଗୁଡ଼େ ଫାଙ୍କ ଆବିଷ୍କାର କରିଛି,ସେଇ ଫାଙ୍କ ଭିତରେ ନାନା ରକମ ମୁଖ ଦେଖାଯାଏ… ହତଭାଗା ଜିଜ୍ଞାସୁ ମୁଖ ବା କ୍ଳିଷ୍ଟ କୌତୂକିଆ ମୁଖ …ସବୁ ପ୍ରକାରର ମୁଖ । କିନ୍ତୁ ସେ ମୁଖ ମନୁଷ୍ୟଙ୍କର। ଶାସନର ପୀଡ଼ନ ସେଇ ମଳିନ ଜଗତର ପ୍ରତ୍ୟେକଙ୍କ ଉପରେ ଚାପି ରହିଛି ଏକ ମାପ ପରି- ଫଳରେ ତାଙ୍କ ଭିତରେ ଯାହା ବି ମାନବିକତା ଅଛି ତାହା ପରିସ୍ଫୁଟ ହୋଇଯାଉଛି। ଅନେକ କ୍ଷେତ୍ରରେ ତାର ପରିମାଣ ବି ନିତାନ୍ତ କମ୍। କେତେକଙ୍କଠି ଅପେକ୍ଷାକୃତ ଅଧିକ ମାନବିକତା ଦେଖାଯାଏ। ପରିମାଣ ଭେଦରେ ଏକ ଆରେକର ପାର୍ଥକ୍ୟ ପ୍ରକାଶ ପାଏ, ସେମାନଙ୍କ ମଧ୍ୟରେ ଚରିତ୍ରର ବୈଶିଷ୍ଟ୍ୟ ସୃଷ୍ଟି ହୁଏ। କେତେଜଣ ନିଖୁଣ ମଣିଷ ଏଠି ବି ଅଛନ୍ତି ନିଶ୍ଚୟ। କିନ୍ତୁ ଶାସନ ଅତ୍ୟାଚାରୀ ହେବାରୁ ଯେ ସେମାନେ ଅନ୍ୟଙ୍କୁ ସାହାଯ୍ୟ କରୁଛନ୍ତି,ତାହା ନୁହେଁ।
ଜେଲଖାନା ଏକ ଅପ୍ରୀତିକର ଅନୁଷ୍ଠାନ ହେଲେ ଗାରଦ ସାମନା ଗାରଦ ଭିତରେ ସଂସାରଠାରୁ ଆହୁରି କୁତ୍ସିତ। ଗାରଦ ବନ୍ଧୁତ୍ବର ଆବାସ-ସେ କି ଚମତ୍କାର ବନ୍ଧୁତ୍ବ। ଯୁଦ୍ଧକ୍ଷେତ୍ରରେ ଦୀର୍ଘକାଳବ୍ୟାପୀ ବିପଦ ମୁଖରେ-ଯେତେବେଳେ ତୁମର ଜୀବନ ଆଜି ମୋ ହାତରେ , କାଲି ହୁଏତ ମୋର ଜୀବନ ତୁମ ହାତରେ, ସେ ପରିସ୍ଥିତିରେ ହିଁ ଏଭଳି ବନ୍ଧୁତ୍ବ ଦେଖାଯାଏ କିନ୍ତୁ ଏଇ ଶାସନର ପହରାବାଲାଙ୍କ ଭିତରେ ବନ୍ଧୁତ୍ବ ବନ୍ଧନ ଅତ୍ୟନ୍ତ କମ୍ ରହିପାରେ ନା ମଧ୍ୟ । ତାଙ୍କର ଚତୁର୍ଦ୍ଦିଗରେ ହୀନ ଗୁଇନ୍ଦାଗିରି ଘେରି ରହିଛି ଜଣେ ଅନ୍ୟ ଜଣଙ୍କ ଉପରେ ନଜର ରଖୁଛି, ଯେଉଁମାନଙ୍କୁ ସେମାନେ ସରକାରୀ ଭାବରେ ‘କମ୍ରେଡ଼’ ବୋଲି ଡାକନ୍ତି ସେମାନଙ୍କ ସହିତ ବି ସଦାସର୍ବଦା ସତର୍କ ହୋଇ ଚଳିବାକୁ ପଡ଼ିବ। ତାଙ୍କ ଭିତରେ ଯେଉଁମାନେ ସର୍ବୋତ୍କୃଷ୍ଟ, ବନ୍ଧୁତ୍ବ ଛାଡ଼ି ରହିପାରନ୍ତି ନାହିଁ- ସେମାନେ ତା ଖୋଜି ପାଆନ୍ତି ଗାରଦରେ।
ଅନେକ ଦିନ ଯାଏଁ ସେମାନଙ୍କୁ ଆମେ ଜାଣି ପାରିନଥିଲୁଁ । ସେଥିରେ କିଛି ଯାଏଆସେ ନାହିଁ, ନିଜ ଭିତରେ ଆମେ ସେମାନଙ୍କର ଗୋଟାଏ ଗୋଟାଏ ଡାକନାମ ଦେଇଥିଲୁଁ। କାହାରି ନାମକରଣ ଆମେ କରିଛୁଁ ବା ଆମ ଆଗରୁ ଯେଉଁମାନେ ଥିଲେ ତାଙ୍କରି ପ୍ରଦତ୍ତ ନାମ ଉତ୍ତରାଧିକାରୀ ସୂତ୍ରରେ ଆମେ ବ୍ୟବହାର କରୁଛୁଁ। ବିଭିନ୍ନ ଗାରଦରେ ଜଣ ଜଣଙ୍କର ଗୋଟିଏ ଗୋଟିଏ ନାମ-ଏମାନେ ସାଧାରଣ ଜୀବ, କେଉଁଠି ଅବା ବଡ଼ ଚାପୁଡ଼ା ମାରନ୍ତି। କୟେଦୀମାନଙ୍କ ସାଙ୍ଗରେ ଏକ ମୁହୂର୍ତ୍ତର ସମ୍ବନ୍ଧ, ତାରି ଭିତରେ ସ୍ଥାୟୀ ଛାପ ରଖିଯାଆନ୍ତି କୟେଦୀମାନଙ୍କ ମନରେ। ଏକଦେଶଦର୍ଶୀ ସେ ଛାପ, କିନ୍ତୁ ତାରି ଫଳରେ ନାମକରଣ ହୁଏ। କେବେ କେବେ ବା ନଜରକୁ ଆସିଲାଭଳି ଗାରଦରେ ବିଶେଷ ଗୁଣ ଓ ଚାଲିଚଳନୀ ଭଲ ହେଉ ବା ମନ୍ଦ ହେଉ, ଅନୁସାରେ ଜଗୁଆଳ ମାନଙ୍କର ନାମକରଣ ହୋଇଥାଏ ସବୁ ଗାରଦରେ ଏକାଭଳି ନାଁ।
ବର୍ତ୍ତମାନ ଏହି ଜୀବଗୁଡ଼ିଙ୍କ ଉପରେ ଆଖିବୁଲେଇ ନେବା। ଏହି କ୍ଷୁଦ୍ର ଜାନୁଆରମାନଙ୍କ ପ୍ରତି ଦୃଷ୍ଟିପାତ କର। ଏମାନଙ୍କର ସଂଘତି ଆକସ୍ମିକ ନୁହେଁ। ଏମାନେ ନାଜୀବାଦର ସେନାବାହିନୀର ଅଂଶବିଶେଷ। ରାଜ୍ୟର ସ୍ତମ୍ଭ ଏମାନେ, ତେଣୁ ଏମାନଙ୍କୁ ସାବଧାନ ସହକାରେ ନିର୍ବାଚନ କରିବାକୁ ହୋଇଛି। ତାଙ୍କ ସମାଜ ଏଇମାନଙ୍କ ଉପରେ ତିଷ୍ଠି ରହିଛି-