ଫ୍ରିଡ଼ରିଖ୍ ଡେଙ୍ଗା, ରୋଗା, କିପରି ରକ୍ତହୀନ ଦେଖାଯାଏ। ତାର ବନ୍ଧୁ ଦୁଇଟି ସଇତାନର, ମୁହଁରେ ମଧ୍ୟ ସଇତାନର ହସ। ୧୯୩୭ ସାଲରେ ଗେଷ୍ଟାପୋ ଗୁଇନ୍ଦା ହିସାବରେ ଆସିଲା ଯେ ଚେକୋସ୍ଲୋଭାକିଆକୁ। ଯେଉଁମାନେ ଜର୍ମାନ କମ୍ୟୁନିଷ୍ଟ ଚେକ୍ ରିପବ୍ଲିକ୍ରେ ଆଶ୍ରୟ ନେଇଥିଲେ ସେମାନଙ୍କୁ ଧରି ଜର୍ମାନୀକୁ ଚାଲାନ ଦେବା ଥିଲା ତାର କାର୍ଯ୍ୟ। ମୁର୍ଦ୍ଦାର ପ୍ରତି ତାର ଅଦ୍ଭୁତ ଆକର୍ଷଣ । କାହାରିକୁ ନିର୍ଦ୍ଦୋଷ ବୋଲି ସେ ଭାବି ପାରେନାହିଁ। ତା ଅଫିସ ପିଣ୍ଡାକୁ ଯେ ଥରେ ଉଠିଲା ସେ ହେଲା ତା ପାଖରେ ଦୋଷୀ। ସ୍ତ୍ରୀ ଲୋକମାନଙ୍କୁ ସେ ଶୁଣେଇବାକୁ ଭଲ ପାଏ ଯେ, ସେମାନଙ୍କର ସ୍ବାମୀମାନେ ବନ୍ଦୀ ଶିବିରରେ ମରିଗଲେଣି ବା ଫାସି କାଠାରେ ଝୁଲୁଛନ୍ତି। କାହାରିକୁ ଜେରା କରିବା ସମୟରେ ତାର ସେ ଦରଜା ଭିତରୁ ସାତଟା ପାଉଁଶ ମାଠିଆ ବାହାର କରି ଦେଖାଏ।
‘ମୋ ନିଜ ହାତରେ ଏଇ ସାତଟାଙ୍କୁ ବାଡ଼େଇ ମାରିଛି, ତୁମକୁ ମିଶାଇ ଆଠହେବ।’
ଏଥର ତାର ଡେସ୍କରେ ଆଠଟା ଡିବା ଦେଖାଯିବ, କାରଣ ସେ ଜ୍ୟାନ୍ ଜିଝିବାକୁ ବି ପିଟି ପିଟି ମାରିଛି।
ନାନା ମାମଲାର କାଗଜପତ୍ର ଫାଇଲ ଘାଣ୍ଟିବାକୁ ତାକୁ ଭଳ ଲାଗେ, କାରଣ ସେ ଜ୍ୟାନ ଜିଝିବାକୁ ବି ପିଟି ପିଟି ମାରିଛି।
‘ଠିକ୍ ହେଲା । ମାମଲା ତୁଟିଲା।’
ସ୍ତ୍ରୀ ଲୋକଙ୍କୁ ନିର୍ଯ୍ୟାତନା କରିବାକୁ ତାକୁ ସବୁଠାରୁ ଅଧିକ ଭଲ ଲାଗେ।
ପୁଲିସ କାମ ତୁଲାଇବାକୁ ତାର ବିଳାସୀ ମନ ଅନେକଟା ସାହାଯ୍ୟ କରୁଛି। ଖଣ୍ଡିଏ ସୁନ୍ଦର ସାଜସଜ୍ଜାପୂର୍ଣ୍ଣ ଘର ବା ଗୋଟାଏ ସଫଳ ବ୍ୟବସାୟ ଯଦି ତମର ଥାଏ, ତା ହାତରେ ତମର ମୃତ୍ୟୁ ହେବ ଶୀଘ୍ର; ଏ କଥା ଧ୍ରୁବ।
ତାର ଚେକ୍ ସହକାରୀ-ନରଜର,ଉଚ୍ଚାରେ ତା ଠାରୁ ଅଧମୁଣ୍ଡେ ଛୋଟ କେବଳମାତ୍ର ଏଇତକ ପାର୍ଥକ୍ୟ।
ମୋର କମିସାର ଦାମ୍ରେ ଟଙ୍କା ବା ମୁର୍ଦ୍ଦାର ଉପରେ ଲୋଭ ନାହିଁ , ତା ବୋଲି ଏ ଦୁହିଁଙ୍କ ଠାରୁ ତାର ତାଲିକା ଯେ ଖୁବ୍ କମ୍ ତା ନୁହେଁ। ଭାଗ୍ୟାନ୍ବେଷୀ ସେ, ଜଣେ ବୋଲି ପରିଚିତ ହେବା ତାର ଇଚ୍ଛା। ଗେଷ୍ଟାପୋ ବିଭାଗର ପୁରୁଣା ଲୋକ ବି। ହିଟଲର ଆଉ ବେରାନ୍ର ଯେତେବେଳେ ଗୋପନ ପରାମର୍ଶ ହେଉଥିଲା ନେପୋଲିଅନ୍,ରୁମ୍ରେ , ସେ ସେଠି ପହରା ଦେଉଥିଲା। ହିଟଲରକୁ ଯେଉଁମାନେ କଥା ବେରାନ୍ ନିଜେ କହିନାହିଁ ସେ ସବୁ କରିଦିଏ ବମ୍। କିନ୍ତୁ ମଣିଷ ଶିକାରର ସୁଯୋଗ ,ଲୋକଙ୍କର ଜୀବନ ମରଣର କର୍ତ୍ତାହେବା , ଗୋଟାଏ ଗୋଟାଏ ପରିବାରର ଧ୍ବଂସ ନିମିତ୍ତ ହୁକୁମ-ଏ ସବୁ ପାଖରେ ସେ କଥା କିଛିନୁହେଁ।
ସବୁ ସମୟରେ ତାର ତିତ୍ତବିନୋଦ ପାଇଁ ଯେ ଏସବୁ ଦରକାର ପଡୁଥିଲା ତା ନୁହେଁ। ସେ ଚାହୁଁଥିଲା ସମସ୍ତଙ୍କୁ ଟପି ଯିବାକୁ, ପରିବାରକୁ ମୂଳପୋଛ କରିଦେବାଠାରୁ ଏ ଇଚ୍ଛା ରୂପ ପାଉଥିଲା ଆହୁରି ଭୟଙ୍କର ଭାବେ।
ଗୁଇନ୍ଦାମାନଙ୍କର ସବୁଠୁ ବଡ଼ ଫାଶ ସେ ମେଲିଥିଲା। ସେ ଶିକାରୀ, ତା ସାଙ୍ଗରେ ଗୋଟାଏ ପ୍ରକାଣ୍ଡ କୁକୁରଦଳ। ସେ ଶିକାର ଚଳେଇଲା। ଶିକାରର ଆନନ୍ଦ ଉପଲବ୍ଧି ଲାଗି କେବଳ ସେ ବେଳେ ବେଳେ ଶିକାର କରୁଥିଲା। ଜେରା କରିବା ତା ପକ୍ଷରେ ଏକ ନିରାନନ୍ଦମୟ ବ୍ୟାପାର । ଗିରଫ ହୋଇ ଲୋକେ ତାର ହୁକୁମ ପାଇଁ ତା ଆଗରେ ଠିଆ ହୋଇ ରହିଥିବେ, ଏଥିରେ ତାର ଚରମ ଆନନ୍ଦ । ଥରେ ସେ ପ୍ରେଗ୍ର ଦୁଇଶ କଣ୍ଡକ୍ଟର, ବସ୍ ଆଉ ମଟର ଚାଳକଙ୍କୁ ଗିରଫ କଲା, ସେମାନଙ୍କୁ ସେ ରାସ୍ତା ମଝିରେ ଜମା କରି ରଖିଲା, ବାଟରେ ଚଳାଚଳ ବନ୍ଦ, ଯାନବାହନ ବ୍ୟବସ୍ଥା ଅଚଳ ,ଭୟ ଓ ଚାଞ୍ଚଲ୍ୟ ଖେଳିଗଲା। ଯେତେବେଳେ ତାର କି ଆନନ୍ଦ? ଦେଢ଼ଶ ଜଣଙ୍କୁ ସେ ଛାଡ଼ିଦେଲା। ମନରେ ତାର ଆନନ୍ଦ ଯେ ଦେଢ଼ଶଟା ପରିବାର ତାକୁ ଦୟାଳୁ ବୋଲି ମନେ କରିବେ, ତା ବିଷୟରେ ଆଲୋଚନା କରିବେ!
ତାର ମାମଲାଗୁଡ଼ାକ ଛୋଟ ଧରଣର, କିନ୍ତୁ ତା ବୋଲି ତାର ଜଟିଳତା କମ୍ ନୁହେଁ। ତାରି ଦେହରୁ ନାନା ଶାଖାପ୍ରଶାଖା ମେଲିଛି ତଦନ୍ତ ସମୟରେ। ମୋ କଥା ଅବଶ୍ୟ ଏହା ଭିତରୁ ଅଲଗା। ମୁଁ ତା ହାତରେ ହଠାତ୍ ଧରା ପଡ଼ିଗଲି।
‘ମୋର ସବୁଠାରୁ ବଡ଼ ଆସାମୀ ତୁମେ’- ସେ ମୋତେ ଆନ୍ତରିକତା ସହ ପ୍ରାୟ କହୁଥିଲା। ସେ ଗର୍ବିତ, ବଡ଼ ବଡ଼ ମାମଲାରୁ ଗୋଟାଏ ତାର ହାତରେ ପଡ଼ିଛି। ଏହାଦ୍ବାରା ମୋ ଜୀବନରେ ଆଉ କେତେଟା ଦିନ ହୁଏତ ବଢ଼ି ଯାଇପାରେ।
ଆମେ ପରିସ୍ପରକୁ ମିଛ କଥା ବେଶ୍ ଜୋର୍ ଦେଇ କହୁଥିଲୁଁ, ମିଛ କହିବା ଅନବରତ ଚାଲୁଥିଲା। ତେବେ ଦୁଇଜଣଙ୍କର ମିଥ୍ୟା କହିବାରେ ତଫାତ୍ ଥିଲା। ପାର୍ଥକ୍ୟ ଏଇଠି ଯେ ସେ ଯେତେବେଳେ ମିଛ କହୁଥିଲା ମୁଁ ବୁଝିପାରୁଥିଲି, କିନ୍ତୁ ସେ ମୋର ମିଥ୍ୟା ପ୍ରାୟ ଧରିପାରୁନଥିଲା। ଗୋଟାଏ ମିଥ୍ୟା କଥା ଧରା ପଡ଼ିଗଲେ ଦୁଇଜଣ ଯାକ ଚୁପ୍ ଚାପ୍ ରହିଯାଉଥିଲୁଁ, ଆମ ଭିତରେ ଏଇ ବୁଝାମଣା ହୋଇଯାଉଥିଲା। ମୁଁ ମନେ କରେ, ସେ ସତ୍ୟ ଆବିଷ୍କାର ପାଇଁ ଚିନ୍ତିତ ନୁହେଁ, ତାର ଚିନ୍ତା କିଭଳି ତାର ସବୁଠୁ ବଡ଼ ଏଇ ମାମଲାଟାକୁ ଦୋଷଶୂନ୍ୟ ବୋଲି ଦର୍ଶାଇ ପାରିବ।
ଜେରା କରିବା ସମୟରେ ଖାଲି ଲାଠି ଆଉ ଅସ୍ତ୍ର ସେ ବ୍ୟବହାର କରୁନଥିଳା ବରଂ ଲୋକ ଦେଖି ଭୟ ପ୍ରଦାର୍ଶନ ଠାରୁ ବୁଝେଇସୁଝେଇ କହିବାକୁ ସେ ବେଶୀ ପସନ୍ଦ କରୁଥିଲା ପ୍ରଥମ ରାତି ଛଡ଼ା ସେ ମୋ ଉପରେ ଅତ୍ୟାଚାର କରିନାହିଁ। ଅତ୍ୟାଚାର କରିବାର ଦରକାର ପଡ଼ିଲେ ସେ ମୋତେ ଅନ୍ୟ ନିକଟକୁ ପଠାଇ ଦେଉଥିଲା।
ଆଉ ସମସ୍ତଙ୍କଠାରେ ତାର ଚରିତ୍ର ଥିଲା ଅଧିକ କୌତୂହଳ, ଜଟିଳତା ପୂର୍ଣ୍ଣ, ଅନ୍ୟମାନଙ୍କଠାରୁ ତାର କଳ୍ପନାଶକ୍ତି ଅଧିକ ଥିଲା ଏବଂ ତାହାକୁ ସେ କାମରେ ଲଗାଇ ପାରୁଥିଲା। ବ୍ରାନିକ୍ର,କୌଣସି କାଳ୍ପନିକ ସଭାରେ ଯୋଗଦାନ କରିବାକୁ ଆମେ ପ୍ରାୟ ଘୋଡ଼ାରେ ଚଢ଼ି ଚାଲିଯାଉଁ, ଜନତାସ୍ରୋତ ବହି ଚାଲିଥାଏ।
ସେ କହିଉଠେ, ଯେପରି ତାଙ୍କୁ ଦେଖିକରି ତାର ମନରେ ଏଇ ଭାବ ଜାଗ୍ରତ ହୋଇଉଠୁଛି;
‘ତୁମକୁ ଆମେ ଗିରଫ କରିଛୁଁ କିନ୍ତୁ ଦେଖ, ତାଙ୍କର କିଛି ପରିବର୍ତ୍ତନ ହୋଇନାହିଁ। ଆଗେ ଯେପରି ଚାଲୁଥିଲେ, ସେଇପରି ସେମାନେ ଚାଲିଛନ୍ତି ବାଟରେ । କେତେବେଳେ ହସୁଛନ୍ତି, କେତେବେଳେ ବା ନିଜର ସମସ୍ୟା ନେଇ ଉଦ୍ବିଗ୍ନ ହୋଇଉଠୁଛନ୍ତି, ଠିକ୍ ଆଗ ପରି। ତୁମେ ଯେ ତାଙ୍କ ସାଙ୍ଗରେ ଥିଲ ଏକଥା ବୋଧହୁଏ କାହାରି ମନରେ ନାଇଁ । ପୃଥିବୀ ଚାଲିଛି, ଏମାନଙ୍କ ମଧ୍ୟରେ ତୁମର ପାଠକ ପାଠିକା ଅଛନ୍ତି,କିନ୍ତୁ ସେମାନଙ୍କ ମୁଖରେ ତୁମ ପାଇଁ କଣ ଗୋଟିଏ ଅଧିକ କୁଞ୍ଚିତ ରେଖାପାତ ହୋଇଛି? ’
କେତେବେଳେ କେତେବେଳେ ସାରା ଦିନ ଜେରା କରିବା ପରେ ସେ ମୋତେ ଗାଡ଼ିରେ ଚଢ଼େଇ ନେରୁଦା ଷ୍ଟ୍ରୀଟ୍ବାଟେ ନେଇଯାଉଥିଲା ରାଜପ୍ରସାଦ ପର୍ଯ୍ୟନ୍ତ।
‘ଜାଣେ ତୁମେ ପ୍ରେଗ୍କୁ ଭଲପାଅ। ଦେଖ, ଏଠିକି କଣ ପୁଣି ଫେରି ଆସିବାକୁ ଚାହଁନାହିଁ? କି ସୁନ୍ଦର ପ୍ରେଗ୍-ତୁମେ ଚାଲିଗଲେ ବି ସେ ସେଇପରି ସୁନ୍ଦର ରହିବ!’
ପ୍ରଲୁବ୍ଧକାରୀର ଭୂମିକାରେ ସେ ଭଲ ଅଭିନୟ କରେ। ଶେଷ ଗ୍ରୀଷ୍ମର ସନ୍ଧ୍ୟା ନିଃଶ୍ବାସରେ ତାର ହେମନ୍ତର ସଙ୍କେତ ପ୍ରେଗ୍ ଉପରେ ପଡ଼ିଥିଲା ସନ୍ଧ୍ୟାର ନୀଳାଭ ଜ୍ୟୋତି ଆଉ କ୍ଷୀଣ କୁହୁଡ଼ି, ସୁପକ୍ବ ଫଳଭରା ଦ୍ରାକ୍ଷାଲତା ପରି। ଅଙ୍ଗୁର ପରିମାଦକତା ଭରା। ଏ ଦୃଶ୍ୟ ମୋର ଦେଖିଲେ ବାସନା ହେଉଥିଲା ପୃଥିବୀର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ। କିନ୍ତୁ ତାକୁ ବାଧା ନ ଦେଇ ରହିପାରିଲି ନାହିଁ। କହିଲି;
‘ତୁମେମାନନେ ଚାଲିଗଲେ ପ୍ରେଗ୍ ଆହୁରି ସୁନ୍ଦର ଦିଶିବ।’
ସେ କହିଲା, ସେ ହସରେ ନୀଚତା ନଥିଲା , ବିଷର୍ଣ୍ଣତାର ଭାବ। ସେ କହିଲା,‘ତୁମେ ଆମକୁ ହିଂସା କରୁଛ।’
ମଝିରେ ମଝିରେ ସେଇ ସନ୍ଧ୍ୟାର କଥା ସେ ଉଠାଏ!
ଆମେ ଏଠୁ ଚାଲିଗଲେ… ତାହେଲେ ତୁମ ଆମ୍ଭମାନଙ୍କର ବିଜୟର ଆଶା କରୁନାହଁ?
ସେ ସ୍ଥିର ନିଶ୍ଚୟ ବୋଲି ହିଁ ମତେ ଏପରି ପଚାରୁଥିଲା। ଯେତେବେଳେ ମୁଁ ଅଜେୟ ସୋଭିଏତ୍ ଶକ୍ତିର କଥା କହୁଥିଲି ସେ ମନ ଦେଇ ଶୁଣୁଥିଲା । ମୋର ‘ଜେରା’ସେତେବେଳକୁ ଶେଷ ହୋଇ ଆସିଥିଲା।