“କଥା କଅଣ, ତୁମକୁ କାହିଁ ଡ଼ାକୁଥିଲା ସେ? ” ଥାକ ଉପରେ କେତେ ଗୁଡ଼ାଏ ଯନ୍ତ୍ରପାତି ସଜାଡ଼ି ରଖୁ ରଖୁ ସହଜ ଭାବରେ ରେଇଜା କଥାଟି ପଚାରିଲା।
“ ନାଁ କିଛି ନୁହେଁ !! ମାନେ ?” ରେଇଜା ମୁହଁ ଫେରାଇ ତାଆଡ଼େ ଚାହିଁ ଚମକି ପଡ଼ିଲା। ମରିୟାର ଦୃଷ୍ଟି ଅସ୍ବାଭାବିକ ଭାବେ ଭୟଙ୍କର। “କଅଣ ହୋଇଛି ମରିୟା?”
“ କିଛି ନୁହେଁ।
“ ବାଜେ କଥା କହ ନାହିଁ କୌଣସି ଖରାପ ଖବର କି?”
“ ଖରାପ ଖବର?” ଗୋଯିଏ ଶୁଷ୍କ ମଳିନ ହସରେ ତାର ଓଠଟି ବାଙ୍କିଗଲା।
“କଅଣ କହିଲ ? ଖରାପ ଖବର! ”
“ ହଁ ସେଭଳି ଗୋଟାଏ କିଛି।” ହଠାତ୍ ମରିୟା ଗୋଟିଏ ଚୌକି ଉପରେ ଦୁମ୍ କରି ବସି ପଡ଼ିଲା, ଯେପରି କି ତଳୁ ତା ଗୋଡ଼ ଦୁଇଟି କୁ କିଏ କାଟି ନେଉଛି-କଣ୍ଠର ଭାବଭଙ୍ଗି କପରି ପିଲାମାନଙ୍କର ଅସହାୟ କଣ୍ଠ ପରି ବୋଧ ହେଉଛି।
‘ ଗ୍ରିଶା ମରିଯାଇଛି!”
ମରିୟା ହତରେ ତାକୁ ପାଖକୁ ଠେଲି ଦେଲା। ତା’ପରେ ଚିକ୍କଣ ମେଜ ଉପରେ ବାଦାମି ରଙ୍ଗ ଚିହ୍ନଟି ଆଡ଼େ ଏକ ଦୃଷ୍ଟିରେ ଅନାଇ ରହିଲା… ସେଇଟା ଯେପରି ଗୋଟାଏ ଗୋଲାପ କଢ଼ି।
“ଗ୍ରିଶା ମରିଯାଇଛି।” ନିଜର କଣ୍ଠସ୍ବର କାନରେ ବାଜିଲା କ୍ଷଣି ମରିୟା ଚିତ୍କାର କରି ଉଠିଲା। ‘ ଗ୍ରିଶା ନାହିଁ, ଗ୍ରିଶା ମରିଯାଇଛି।” ତା ପରେ ସେ ଭିଷଣ ଭୟରେ ସେ ଥରି ଉଠିଲା। ନମ୍ବର ଅଙ୍କା ହୋଇଥିବା ବୋର୍ଡ଼ ଉପରେ ଗୋଟିଏ ନାଲିଆ ଆଲୁଅ ଜଳିଉଠିଚି। ରେଇଜା ଆସ୍ତେ ଉଠି ଠିଆ ହେଲା।
“ ମୁଁ ଯାଉଛି।”
“ ନା , ସେଟା ମୋର ଉଆର୍ଡ଼”-ସ୍ବାଭାବିକ ଧୀର କଣ୍ଠରେ ମରିୟା ପ୍ରତିବାଦ କଲା; ତା‘ପରେ ତଉଲିଆରେ ଶିଘ୍ର ମୁହଁ ପୋଛି ପକେଇଲା। ବାରଣ୍ଡାକୁ ବାହାରି ଆସିବା ମାତ୍ରେ ଗୋଟିଏ ନର୍ସ ସହିତ ତାର ଦେଖାହେଲା।
“କଥା କଅଣ?”
“ ସାତ ନମ୍ବର ରୋଗିଟି ମରିଯାଇଛି, ତାହାର ଭୟଙ୍କର ଯନ୍ତ୍ରଣା ହେଉଛି।”
“ ସାତ ନମ୍ବର? ଓ, ହଁ, ଆଗରୁ ମୁଁ ଜାଣେ ସେ କଥା, ଡ଼ାକ୍ତର ମୋତେ ହୁସିଆର କରି ଦେଇ ଯାଇଛନ୍ତି। ଭାବିଥିଲା, ଦିନ ବେଳଟା କଟିବ ନାହିଁ।”
ଧୀରେ ଧୀରେ ମରିୟା ଉଆର୍ଡ଼ ଭିତରେ ପ୍ରବେଶ କଲା। କିଲ ମରିଯାଇଛି ତ-? ଗ୍ରିଶା ? ଗ୍ରିଶା ତ ମରିପାରେ ନାହିଁ। ମରିୟା ଆହତ ଲୋକଟି ପାଖକୁ ଆଗେଇ ଗଲା। ଭୟଙ୍କର ଜ୍ବରରେ ତାର ଦେହ ପୋଡ଼ି ଯାଉଛି। ଯେପରି ନିଆଁ ବାହାରୁଛି ତା ଦେହରୁ। ନିଃଶ୍ବାସ ମାରିବାରେ ବି କଷ୍ଟ ହେଉଛି।ଘୋଡ଼ାଇ ହୋଇଥିବା ଧୋବ ଚାଦରଟି ଥରକୁ ଥର ସେ ଟାଣି ଧରୁଛି। ଆଖି ଖୋଲି ଭଲରକମର ସେ ଅନାଇ ପାରୁନାହିଁ। ଶ୍ବାସପ୍ରଶ୍ବାସ ନେଲା ବେଳେ ନାକ ଭିତର ବଂଶୀ ଭଳି ବାଜି ଉଠୁଛି। ତାହାର ମୁଡଁ ଆଡ଼େ ଅନାଇଲେ ସେ ପର ପାରର ଯାତ୍ରୀ ପରି ଦେଖାଯାଉଛି; ସେ ବାଟରେ ଅନେକ ଦୂର ସେ ଆଗେଇ ଗଲାଣି। ପ୍ରଥମରୁ ଜଣାଥିଲା ଆଘାତ ପେଟରେ ଲାଗିଛି। ତା‘ପରେ ଫୁଟି ପଚିବାକୁ ଆରମ୍ଭ କରିଛି। ଏଠାରେ ହାସପାତାଳ ପହଞ୍ଚିବା ଆଗରୁ ତାହାର ଜୀବନ ଣକ୍ତି କ୍ଷୀଣ ହୋଇଯାଇଥିଲା। ମୁମୂର୍ଷୁ ଲୋକଟି ଚମକି ଉଠିଲା। ମରିୟା ତାର ମୁହଁ ଉପରକୁ ଝୁଙ୍କି ପଡ଼ିଲା। ବେଶ୍ ବୁଝାଗଲା ଲୋକଟି ତାକୁ ଚିହ୍ନି ପାରିଛି। ମନରେ ସମସ୍ତ ଶକ୍ତି ସଞ୍ଚୟ କରି ମରିୟା ତାହାର ମୁହଁରେ ଟିକିଏ ହସ ଫୁଟାଇଲା। ସେ ହସ ଟିକକ… ଯାହାପାଇଁ ରୋଗୀମାନେ ସମସ୍ତ ନର୍ସଙ୍କଠୁ ତାକୁ ବେଶୀ ଭଲ ପାଆନ୍ତି ,ପାଆନ୍ତି ଆନନ୍ଦ ସାହସ ଆଉ ଶକ୍ତି। କିନ୍ତୁ ଏ କ୍ଷେତ୍ରରେ ଆଶା, ଆନନ୍ଦ, ସାହସ ସବୁ ବ୍ୟର୍ଥ; କେବଳ ମହାନିଦ୍ରାର ପରମ ଶାନ୍ତି ଦରକାର।
ମରିୟା ତାର ମୁଣ୍ଡ ଉପରେ ବରଫ ମୁଣ୍ଡାଟି ସଜାଡ଼ି ଦେଲା, ଗୋଛାଏ ତିନ୍ତାବାଳ କପାଳଉପରେ ଲାଗି ରହିଛି। ଅତି ସ୍ନେହରେ ମରିୟା ସେ ବାଳଗୁଡ଼ିକୁ ଉପରୁ ଆଡ଼େଇ ଦେଲା। ତା‘ପରେ ମୃତ୍ୟୁ କଂପିତ ହାତଟିକୁ ନିଜ ହାତ ଉପରେ ଚାପି ଧରିଲା। “ ଉଃ, ଉଃ, ଉଃ, ” ଆହତ ଲୋକଟି ଚିତ୍କାର କରି ଉଠିଲା। “ ଶାନ୍ତ ହୁଅ,ଶାନ୍ତ ହୁଅ, ଟିକିଏ ଚୁପ୍ କର। ସେପରି ହୁଅନା…” ଲୋଟିର ମୁଣ୍ଡ ଉପରେ ଟଙ୍ଗା ହୋଇଥିବା ବ୍ୟବସ୍ଥାପତ୍ର ଉପରେ ଆଖି ପକାଇ ମରିୟା ସେ ବାଳଗୁଡ଼ାକୁ କପାଳ ଉପରୁ ଆଡ଼େଇ ଦେଲା ତାପରେ ଚାମଚରେ ତାର ଶୁଖିଲା ଓଠ ଭିତରେ ଔଷଧ ଆସ୍ତେ ଆସ୍ତେ ଢ଼ାଳି ଦେଲା। ଆହତ ଲୋକଟି ଟିକିଏ ଶାନ୍ତ ହେଲା। କିଛି ସମୟ ଚୁପ୍ରହିଲା, ତା’ପରେ ଓଠ ହଲାଇଲା, ମନେହେଲା ଯେପରି ସେ କିଛି କହିବାକୁ ଚେଷ୍ଟା କରୁଛି। ପ୍ରଥମେ ମରିୟା କିଛି ବୁଝିପାରିଲା ନାହିଁ।ମୃତ୍ୟୁଜଡ଼ିତ ଅସ୍ପଷ୍ଟ ସ୍ବରରେ ଲୋକଟି ଥରକୁ ଥର ଗୋଟିଏ କଥା ଉଚ୍ଚାରଣ କରିବାକୁ ଲାଗିଲା। ଶେଷରେ ମରିୟା ତାର ଭଙ୍ଗା କଣ୍ଠରେ କଥାଟି ବୁଝିପାରିଲା-ହଁ, ଲୋକଟି ଥରକୁ ଥର ଗୋଟିଏ କଥା କହୁଛି- “ ଯୁଦ୍ଧ ଖବର ଯୁଦ୍ଧ ଖବର।”