“ପିଲାଛୁଆ!”
“କାହିଁକି ନୁହେଁ! ନିଶ୍ଚୟ, କିନ୍ତୁ ବର୍ତ୍ତମାନ ସୁନା ପିଲାଟି ପରି ଶୋଇ ରହ। ତା ହେଲେ ତୁମେ ଭଲ ହୋଇଯିବ। ସଅଳ ସେମିତି ଫେରିଯିବ ତୁମର ଓଲେୟା ପାଖକୁ।କଅଣ କରିବ ପିଲାଟି ପରି ଶୋଇ ରହିବଟି?”
“ ହଁ ହୁଏ , ତେବେ ହଉ।”
“‘ ଡାକ୍ତରମାନଙ୍କର କଥା ମାନି ଚଳିବ?”
“ ଏବେ…।”
“ସେଇଟା ଦରକାର। ଆଉ ଯେପରି ନର୍ସମାନଙ୍କ ସହିତ ଗୋଳମାଳ ନ କର। ସେମାନେ ଗାଳିଦେବେ ନାହିଁ ବୁଝିଲ?” ଲୋକଟିର ମୁହଁ ଆଉ ଆଖିରେ ଅତ୍ୟନ୍ତ ଆଶ୍ବସ୍ତିର ଭାବ ଫୁଟି ଉଠିଲା।
“ହଁ ସେଇଆ ତ … ବର୍ତ୍ତମାନ କଅଣ କରିବି? କିପରି… ଆଚ୍ଛା, ମୋ ପାଇଁ ଟିକିଏ ତୁମେ ତାଙ୍କୁ ସବୁ ବୁଝାଇ ଦେଲ ନର୍ସ… କାହିଁକି ନା… ଦେଖ ଏଇଟା…।”
“ କଦାପି ନୁହେଁ। ତୁମେ ନିଜେ ସେମାନଙ୍କଠାରୁ କ୍ଷମା ଚାହିଁବ। ବଡ଼ ଚମତ୍କାର କଥା ତ ! ଗାଳି ଦେବ ତୁମେ, ଆଉ କ୍ଷମା ମାଗିବା ବେଳକୁ- ‘ତୁମେ ଟିକେ କହିଦେବ ନର୍ସ’।”
“ହଉ, ତାହାହେଲେ ମୁଁ କହିବି।”
“ନିଶ୍ଚୟ, ତୁମେ ନିଶ୍ଚୟ କହିବ…। ଆଚ୍ଛା, ମୁଁ ବର୍ତ୍ତମାନ ଯାଉଛି। ତୁମେ ଶୁଅ, ମନେ ରଖ ଯେପରି ଆଉ କୌଣସସି ଗୋଳମାଳ କରି ବିପଦକୁ ନ ବଢ଼ାଅ- ବୁଝିଲ?”
ସିଡ଼ିରେ ଓହ୍ଲାଇବା ବେଳେ ମରିୟା ବୁଝିପାରିଲା ଯେ ତାହର ବହୁତ ଡ଼େରି ହୋଇଯାଇଛି। ବେଗି ବେଗି ସେ ତାହାର କୋଟର ବୋତାମଗୁଡିକ ଠିକ୍ କରିନେଲା। ଗୋଟିଏ ଅନିର୍ବଚନୀୟ ଆନନ୍ଦରେ ତାହାର ମନ ପୂରି ଉଠିଲା। ସତେ ଯେପରି ତାହାର ଅନ୍ତର ଭରି ଜାଗି ଉଠିଛି ଗ୍ରିଶାର ପ୍ରଣୟ ସମ୍ଭାଷଣ। ସେ ତାହାର ସୂର୍ଯ୍ୟ କିରଣ ଉଦ୍ଭାସିତ ବିଶାଳ ହସ୍ତର ସ୍ପର୍ଶ ଅନୁଭବ କରୁଛି। ମରିୟା ସିଡ଼ିରେ ଶ୍ରଘ୍ର ଓହ୍ଲାଇ ଆସିଲା। ସଦର ଦରଜା ପାଖକୁ ଆସି ଭରୋନ୍ତ୍ସଭ ଦେହରେ ଧକ୍କା ଲାଗେ କି ନ ଲାଗେ।
“ ଏ କଣ, ଏତେବେଳେ ଯାଏଁ ତୁମେ ଏଠି?” ଅବାକ୍ ହୋଇ ଭରୋନତ୍ସଭ୍ ପଚାରିଲ।“ ଏଇ ଗୋଟିଏ କାମରେ ଅଟକିଯାଇଥିଲି।” ଦୁଇ ଜଣ ଏକା ସାଙ୍କରେ ରାସ୍ତାକୁ ବାହାରି ପଡ଼ିଲେ। ସେତେବେଳେ ମଧ୍ୟ ପିଚ୍ ପିଚ୍ କରି ବର୍ଷା ହେଉଥିଲା ଏବଂ ଥଣ୍ଡା ପବନ ବୋହୁଥାଏ।
ପୂର୍ବଦିଗରୁ ଆକାଶ ଫର୍ଚ୍ଚା ହୋଇ ଆସୁଛି। ସୁପ୍ତ ଗୃହ ଉହାଡ଼ରେ ରାତିର ଝାପ୍ସା ଲାଗି ରହିଛି ଏବେ ବି। କ୍ଲାନ୍ତିରେ ମରିୟାର ଗୋଡ଼ ଦୁଇଟି ଟଳମଳ ହେଉଛି।