ଫାଶୀ- ଆସାମୀର ଚୋରା-ଚିଠି




ଦୁଇ ମାସ ଅତୀତ ହେବାପରେ ବୁଝିଲି, ଗୁଲାସ ଖାଇବାକୁ ମୁଁ ଅସ୍ବୀକାର କରିବାରେ କାରେକ୍‌ କାହିଁକି ଆତଙ୍କିତ ହେଉଥିଲା। ମୁଁ ଗୁଲାସ ଖାଇବାକୁ ମଧ୍ୟ ଚାହେଁ ନାହିଁ, ଏହି ତ ମୋର ଆସନ୍ନ ମୃତ୍ୟୁର ସବୁଠାରୁ ସ୍ପଷ୍ଟ ପ୍ରମାଣ ।

   ପରଦିନ ରାତିରେ । ରାତି ଦୁଇଟା ସମୟରେ ସେମାନେ କାରେକ୍‌କୁ ନିଦରୁ ଉଠାଇଲେ। ପାଞ୍ଚ ମିନିଟ୍‌ ମଧ୍ୟରେ ପ୍ରସ୍ତୁତ ହୋଇଯିବାକୁ ହେବ, ସତେ ଯେପରି ସେ ମୁହୂର୍ତ୍ତକ ପାଇଁ ବାହାରକୁ ଟିକେ ଯାଉଛି, ସତେ ଯେପରି ଏହା ଜୀବନର ଅନ୍ତିମ ଯାତ୍ରା ନୁହେଁ। ଆଉ ଗୋଟାଏ କୟେଦୀଖାନାକୁ, ବନ୍ଦୀ ଶିବାରକୁ ବ ଫାସିକାଠକୁ-କିଏ ଜାଣେ କେଉଁଠାକୁ ଯାଉଛି? ସେ ମୋର ଖଟିଆ ପାଖରେ ଆଣ୍ଠୁମାଡ଼ି ବସିଲା। ଟିକିଏ ଡେରି କରୁଛି। ମୋର ମୁଣ୍ଡକୁ  ଦୁଇ ହାତରେ ଚାପିଧଣି ଚୁମ୍ବନ କଲା। ପୋଷାକପିନ୍ଧା ରକ୍ଷୀଙ୍କର ବର୍ବର ଚିତ୍କାର ଶୁଣାଗଲା ବାରଣ୍ଡାରେ-ପ୍ୟାନକ୍ରାଟସ୍‌ ଜେଲ୍‌ଖାନାରେ ଭାବୋଚ୍ଛ୍ବାସର ସ୍ଥାନ ନାହିଁ। କାରେକ୍‌ ବାହାରକୁ ଦୌଡ଼ିଗଲା, ପୁଣି ତାଲା ବନ୍ଦ… ଗାରଦରେ ରହିଲୁ ଆମେ ଦୁଇଜଣ।

  ପୁଣି କଣ ଆମର ଦେଖାସାକ୍ଷାତ ହେବ? ଏଥର ପାଳି କାହାର? ଦୁଇ ଜଣଙ୍କ ମଧ୍ୟରୁ କିଏ ଆଗେ ଯିବ? କେଉଁଠାକୁ ପୁଣି? ତାକୁ ନେବାକୁ କିଏ ଆସିବ? ଏସ୍‌.ଏସ୍‌. ପୋଷାକ ପିନ୍ଧା ରକ୍ଷୀ-ନା ପୋଷାକ ପରିଚ୍ଛଦଶୂନ୍ୟ ମୃତ୍ୟୁ?

  ଜେଲ୍‌ଖାନାର ଏହି ପ୍ରଥମ ବିଦାୟ ପରେ ଯେଉଁ ଭାବନା ଆଡ଼କୁ ଅଭିଭୂତ କରିଥିଲା। ମନରେ ତାହାର ପରତିଧ୍ବନିର ଅନୁସରଣରେ ମୁଁ ବର୍ତ୍ତମାନ ଏହା ଲେଖୁଛି। ବର୍ଷେ ବିତିଗଲାଣି। ବନ୍ଧୁର ବିଦାୟବେଳେ ଯେଉଁ ଭାବନା ଉପସ୍ଥିତ ହୋ‌‌ଇଥିଲା, ତାର ପୁନରାବୃତ୍ତି ଘଟିଛି ବାରମ୍ବାର, କେତେବେଳେ ବ୍ୟଥାର ମାତ୍ରା ବେଶି ହୋଇଛି, କେତେବେଳେ ବା କମ୍‌। ଆମ ଗାରଦ ଦୁଆରେ ଦୁଇଟି ନାମରୁ ପୁଣି ତିନୋଟି ହେଲା, ପୁଣି ଦୁଇ ହୋଇଗଲା-ତାପରେ ତିନି, ଦୁଇ,ତିନି, ଦୁଇ-ନୂତନ କୟେଦୀଙ୍କର ଆଗମନ। ଓ ପ୍ରସ୍ଥାନ ଚାଲିଲା ଏପରି! ଦୁଇଜଣ କେବଳ ଦୁଇଶ ସତଷଠି ନମ୍ବର ଗାରଦର ପୂରାତନ ଓ ବିଶ୍ବସ୍ତ ବାସିନ୍ଦା।

  ‘ବାପା ’ଆଉ ମୁଁ!

  ‘ବାପା’ଷାଠିଏ ବର୍ଷ ବୟସ୍କ ଜଣେ ଶିକ୍ଷକ। ନାମ ଜୋସେଫ୍‌ ପେସେକ୍‌। ଯେଉଁସବୁ ଶିକ୍ଷକ ଗିରଫ ହୋଇଥିଲେ ତାଙ୍କ ମଧ୍ୟରେ ପ୍ରବୀଣ।ମୋ ଆସିବାର ପଞ୍ଚାଅଶୀ ଦିନ ଆଗରୁ ସେ ଆସିଥିଲେ, ଅପରାଧ ଷଡ଼ଜନ୍ତ୍ର, ସ୍ବାଧୀନତା ଲାଭ ପରେ ଚେକ୍‌ ସ୍କୁଲଗୁଡ଼ିକ କିପରି ଉନ୍ନତ ହେବ ତାହାର ଗୋଟିଏ ଖସଡା ତିଆରି କରିବା ଦ୍ବାରା “ଜର୍ମାନ ରାଇକ୍‌ ବିରୁଦ୍ଧରେ ଷଡ଼ଯନ୍ତ୍ର।”

‘ବାପା’ହେଉଛନ୍ତି…

  ବାବୁ, ସବୁ କଥା ଲେଖିପାରିବା କଣ କେବେ ସମ୍ଭବ? ଏକ ଗାରଦରେ ଦୁଇଜଣ ଲୋକଙ୍କର ଏକବର୍ଷକାଳ ଜୀବନର ବର୍ଣ୍ଣନା ତ ଏକ ବିରାଟ ବ୍ୟାପାର। ଏଇ ସମୟ ମଧ୍ୟରେ ‘ବାପା’ ନାମରେ ଉଦ୍ଧୃତ ଚିହ୍ନ ଉଭେଇ ଯାଇଛି। ବିଭିନ୍ନ ବୟସରଦୁଇଜଣ ବନ୍ଦୀ ପରସ୍ପରର କଥାବାର୍ତ୍ତାରୁ ପ୍ରିୟ ଶବ୍ଦଗୁଡ଼ିକ, ଅଭ୍ୟାସଗତ ଭାବଭଙ୍ଗୀ ଏପରି କି କଣ୍ଠସ୍ବର ବି ଗ୍ରହଣ କରିସାରିଛୁଁ। ଆଜି ତୁମେ କହିପାରିବ ନାହିଁ, ଗାରଦର କେଉଁ ଜିନିଷଟା ତାଙ୍କର, କେଉଁଟା ବା ମୋର, ମୁଁ କଣ ନେଇ ଏଠିକି ଆସିଥିଲି, ସେ ବା କଣ ନେଇ କରି ଆସିଥିଲେ।

  ରାତି ପରେ ରାତି ସେ ମୋ ପାଖରେ ବସି ରହିଛନ୍ତି, ଆଉ ଧଳା ଓଦା ସେକିବା କପଡ଼ାରେ କେତେଥର ଆସନ୍ନ ମୃତ୍ୟୁକୁ ଘଉଡ଼ାଇ ଦେଇଛନ୍ତି। ସେ ମୋ ଦେହ ଘାଉଡ଼ ଗୁଡ଼ିକରୁ ପୂଜ ପରିଷ୍କାର କରିଦେଇଛନ୍ତି, କିନ୍ତୁ ପୂଜର ଗନ୍ଧ ଯେ ତାଙ୍କୁ ଲାଗୁଛି, ତା କେବେ ହେଲେ କାହାକୁ ଜାଣିବାକୁ ଦେଇନାହାନ୍ତି,ଅଥଚ ପୂଜ ଗନ୍ଧ ମୋ ଖଟିଆର ଚାରିଆଡ଼େ ପୂରି ରହିଛି। ସେ ମୋର ଜାମା ଧୋଇ ଦେଇଛନ୍ତି ଓ ରଫୁ କରିଦେଇଛନ୍ତି ଯେତେବେଳେ ଆଉ ସିଲାଇ କରିବା ଚଳିବ ନାହିଁ, ସେ ନିଜର ଗୋଟାଏ ଜାମା ମୋତେ ପିନ୍ଧାଇ ଦେଇଛନ୍ତି। ଅଧଘଣ୍ଟାଏ ଶାରୀରିକ ବ୍ୟାୟାମର ଅବସରରେ ଦିନେ ସକାଳେ ସେ ନିଜ ଜୀବନକୁ ବିପନ୍ନ କରି ଜେଲ୍‌ଖାନାର ଅଗଣାରେ ହୋଇଥିବା ଗୋଟିଏ ସୁନ୍ଦର ଛୋଟ ଡେଜିଫୁଲ ଆଉ ଗୋଛାଏ ଘାସ ନେଇ ଆସିଥିଲେ ମୋ ପାଇଁ। ‘ଶୁଣାଣି’ ପାଇଁ ସେମାନେ ଯେତେବେଳେ ମୋତେ ଗାରଦ ବାହାରକୁ ନେଇଯାଉଥିଲେ ତାଙ୍କର ଦୟାପୂର୍ଣ୍ଣ ଚକ୍ଷୁ ମୋତେ ଅନୁସରଣ  କରୁଥିଲା। ଫେରିଆସିଲେ ମୋର ନୂତନ କ୍ଷତସ୍ଥାନରେ ଓଦା ପଟି ସ୍ନେହରେ ବାନ୍ଧି ଦେଉଥିଲେ । ମୋତେ ଯେତେବେଳେ ରାତିରେ ନେଇ ଯାଉଥିଲେ, ମୁଁ  ନ ଫେରିବା ପର୍ଯ୍ୟନ୍ତ ସେ ଅନିଦ୍ରା ହୋଇ ରହୁଥିଲେ। ମୋତେ ନେଇ ଖଟିଆରେ ଶୁଆଇ ଦେଇ କମ୍ବଳ ମୋ ଉପରେ ଘୋଡ଼େଇ ଦେଉଥିଲେ।

   ଏହିପରି ଭାବରେ ଆମର ସମ୍ପର୍କ ଗଢ଼ି ଉଠିଥିଲା ପ୍ରଥମ ରୀତିର ନିର୍ଯ୍ୟାତନା ପରଠାରୁ। ତାପରେ ମୁଁ ଯେତେବେଳେ ଉଠି ଛିଡ଼ା ହୋଇପାରିଲି ଏବଂ ପିତୃଗଣ ପରିଶୋଧ କରିବାକୁ ଚେଷ୍ଟା କଲି, ସେତେବେଳେ ସେ ସମ୍ପର୍କ ନଷ୍ଟ ହୋଇନାହିଁ।

  କିନ୍ତୁ ଏକା ରାହାରେ ବସି ତ ସବୁ ଲେଖାଯାଇପାରେନାର୍ହି। ଦୁଇଶ ସତଷଠି ନମ୍ବର ଗାରଦ ସେ ବର୍ଷ ପ୍ରାଣପୂର୍ଣ୍ଣ ଥିଲା। ବାପା ସେ ବର୍ଷଟିତମାମ ଆପଣା ମନଖୁସିରେ କଟାଇଲେ। କିନ୍ତୁ କଥା ଏବେ ସରିନାହିଁ…ତେଣୁ ଆଶାର ଝଙ୍କାର ଶୁଣିବାକୁ ମିଳୁଛି।

  ଦୁଇଶ ସତଷଠି ନମ୍ବର ଗାରଦ ପ୍ରଣପୂର୍ଣ୍ଣ ଥିଲା। ମଝିରେ ମଝିରେ ଦରଜା ଖୋଲୁଥିଲା ଆଉ ଆମକୁ ତଲଶସ କରାଯାଉଥିଲା ଘଣ୍ଟାକୁ ଘଣ୍ଟା; କାରଣ କମ୍ୟୁନିଷ୍ଟ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବା ପାଇଁ ହୁକୁମ ଥିଲା। ଖାଲି କୌତୂହଳ ବି ଏହାର ଅନ୍ୟ ଏକ କାରଣ। ଯାହାଙ୍କୁ ମରିବାର ଆଶଙ୍କା କରାଯାଉନଥିଲା। ଏପରି ଲୋକ ଏଠି ବହୁତ ମରିଛନ୍ତି, କିନ୍ତୁ ଯାହାର ମରିବାର ଆଶା ସମସ୍ତେ କରିଛନ୍ତି ସେ ବଞ୍ଚି ରହିଛି… ଯେପରି ଦୃଷ୍ଟାନ୍ତ ବିରଳ।ଅନ୍ୟ ୱାର୍ଡ଼ରୁ ରକ୍ଷୀମାନେ ଆସି କେବେ ଜୋର୍‌ରେ କଥାବାର୍ତ୍ତା କରିଛନ୍ତି, କେବେ ବା ନିଃଶବ୍ଦରେ ମୋର କମ୍ବଳ ଟେକି ଦେଖିଛନ୍ତି, କେହି ବା ବିଶେଷଜ୍ଞଙ୍କ ଭଳି ମୋର କ୍ଷତସ୍ଥାନ ଗୁଡ଼ିକ ପରୀକ୍ଷା କରିଛି।ତା ପରେ ସ୍ବଭାବ ଅନୂଯାୟୀ କେହି ବା କରିଛନ୍ତି ଉପହାସ ବା କାହାରି ସ୍ବରରେ ଦେ‌ଖାଦେଇଛି ଟିକିଏ ବନ୍ଧୁତ୍ବର ଆବାଜ। ତାଙ୍କ ଭିତରୁ ଜଣଙ୍କୁ ଆମେ ‘ ଫୂର୍ତ୍ତିବାଜ’ବୋଲି ଡାକୁ।ଅନ୍ୟମାନଙ୍କଠାରୁ ସେ ଆସେ ଘନ ଆଉ ବଡ଼ଖାଏଁ ହସି ପଚାରେ, ‘ଲାଲ ସଇତାନ’ର କିଛି ଦରକାର କି? ନା, ଧନ୍ୟବାଦ, କିଛି ଦରକାର ନାହିଁ। କିଛିଦିନ ପରେ ‘ଫୁର୍ତ୍ତିବାଜ’ ଆବିଷ୍କାର କଳଶ ଯେ‘ଲାଲ ସଇତାନ’ର କିଛି ଦରକାର-ସେ ହେଉଛି ଦାଢ଼ି ଖିଅର ହେବା। ସେ ଗୋଟାଏ ବାରିକ ଡାକି ନେଇ ଆସିଲା।

   ଆମ ଗାରଦ ବାହାରର ପ୍ରଥମ କାୟଦୀ, ଯାହା ସାଙ୍ଗରେ ଆମର ପରିଚୟ ହେଲା, ସେ ଏହି ବାରିକ। କମ୍ରେଡ଼ ବଚେକ୍‌।କିନ୍ତୁ ଫୁର୍ତ୍ତିବାଦର ସଦିଚ୍ଛା- ପ୍ଣୋଦିତ ଦୟା ନିଷ୍ଠୁରତାରେ ପରିଣତ ହେଲା ‘ବାପା’ ମୋର ମୁଣ୍ଡକୁ ଧଇଲେ, ଆଉ ବଚେକ୍‌ ମୋ ଖଟିଆ ପାଖରେ ଆଣ୍ଠୁମାଡ଼ି ବସି ଦାଢ଼ି ଖିଅର କରିବାକୁ ଲାଗିଲା ତାର ଦନ୍ତଢ଼ା କ୍ଷୁରରେ । ହାତ ତାର କମ୍ପୁଛି, ଆଖି ଲୋତକପୂର୍ଣ୍ଣ,କାହିଁକି ନା ତାର ବିଶ୍ବାସ ସେ ଗୋଟାଏ ମୁର୍ଦ୍ଦାରକୁ ଖିଅର କରୁଛି। ମୁଁ ତାକୁ ଅଭୟ ଦେଲି।     

   ‘ଡରନାହିଁ। ଯେତେବେଳେ ପେଟ୍‌ଚେକ୍‌ ବିଲ୍‌ଡିଂର ସେଇ ନିର୍ଯ୍ୟାତନା ସହି ବଞ୍ଚିପାରିଛି, ତମର ଖିଅର ନିଶ୍ଚୟ ସହିପରିବି।’  କିନ୍ତୁ ଆମେ ଦୁଇଜଣଯାକ ଦୁର୍ବଳ। ତେଣୁ ଟିକିଏ ରହି ବିଶ୍ରାମ ନେବାକୁ ପଡ଼ିଲା, ତାକୁ ଆଉ ମୋତେ।

  ଦୁଇଦିନ ପରେ ଆଉ ଦୁଇଜଣ କୟଦୀଙ୍କ ହେଲା ପରିଚୟ। ପେଟ୍‌ଚେକ୍‌ ବିଲଡିଂର ଅଫିସର ଭଦ୍ରଲୋକଗଣ ଅସହିଷ୍ଣୁ ହୋଇପଡ଼ିଛନ୍ତି।ରୋଜ ସେମାନେ ମୋ ପାଇଁ ଲୋକ ପଠାଉଛନ୍ତି ଆଉ ପୁଲିସ ମାଷ୍ଟର ସ୍ଲିପ୍‌ ଲେଖି ଦେଉଛି ‘ସ୍ଥାନାନ୍ତରର ଅନୁପଯୁକ୍ତ’। ତେଣୁ ସେମାନେ ଏଥର ହୁକୁମ ଦେଲେ, ଯାହା ହେଉପଛକେ ପଠାଅ। ‘ମାରଫରନାର’ ବା ‘ଘରଲୋକ’ଙ୍କ ପୋଷାକପିନ୍ଧା ଦୁଇଜଣ କୟେଦୀ ଷ୍ଟ୍ରେଚର  ନେଇ ଆମ ଗାରଦ ଆଗରରେ ଛିଡ଼ାହେଲେ। ‘ବାପା’ କୌଣସି ରକମ କଷ୍ଟେମଷ୍ଟେ ମୋତେ ପୋଷାକ ପିନ୍ଧାଇଦେଲେ। ମାଫରଦାରମାନେ ମୋତେ ଷ୍ଟ୍ରେଚରରେ ଶୁଆଉ ନେଇଗଲେ। ସେମାନଙ୍କ ମଧ୍ୟରୁ ଜଣେ କମ୍ରେଡ଼ ସ୍କୋରେପା , ତାଙ୍କୁ ୱାର୍ଡ଼ରେ ସମସ୍ତେ ଶ୍ରଦ୍ଧାରେ ‘ବାବା’ ବୋଲି ଡାକନ୍ତି। ଆଉ ଦ୍ବିତୀୟ ଜଣଙ୍କ-ଯେତେବେଳେ ସିଡ଼ିରେ ଓହ୍ଲାଇଲାବେଳେ ମୁଁ ଷ୍ଟ୍ରେଚରରେ ଖସିଆସେ, ସେ ମୋ ଉପରକୁ ଆଉଜି ଆସି କହେ,“ଟାଣ କରି ଧର।” ତାପରେ ଫୁସ୍‌ଫୁସ୍‌ କରି କହେ “ଟାଣ କରି ଧର।ଦ୍ବିବିଧ ଅର୍ଥ।”

  ଏଥର ଆଉ ଅଭ୍ୟର୍ଥନାଗାରରେ ରହିଲି ନାହିଁ। ସେମାନେ ମୋତେ ନେଇ ଅଭିଯୋଗ ଗୋଟିଏ ଲମ୍ବା ହଲ୍‌କୁ। ଲୋକରେ ଭର୍ତ୍ତି। ଅଜି ଗୁରୁବାର,ଆତ୍ମୀୟମାନେ କୟେଦୀମାନଙ୍କ ପାଇଁ ସଫା ପୋଷାକ ନେଇ ଆସିଛନ୍ତି। ଏବଂ ଧୋବାଘରେ ଦେବାକୁ ମସିଆତର ଘରକୁ ନେଇଯିବେ। ଆମର ଏହି ନିରାନନ୍ଦ ଯାତ୍ରା ଆଡ଼କୁ ସେମାନେ ଯେ ସହାନୁଭୂତିପୂର୍ଣ୍ଣ ଦୃଷ୍ଟିରେ ଚାହିଁଛନ୍ତି ସେମାନେ ତାହା ପସନ୍ଦ ହେଲାନାହିଁ। ମୁଣ୍ଡକୁ ହାତ ପଠାଇଲି,ହସ୍ତ ମୁଷ୍ଟିବଦ୍ଧ। ସେମାନେ ଏହାକୁ ହୁଏତ ଅଭିବାଦନ ବୋଲି ମନେ କରିବେ, ହୁଏତ ଏ ଅର୍ଥଶୂନ୍ୟ ଭଙ୍ଗୀ କିନ୍ତୁ ଆଉ ଅଧିକକୁ ଶକ୍ତି ନାହିଁ। ପଦେ କଥାପାଇଁ କି ବି ନୁହେଁ।




+ -

© Jataayu Charitable Trust
Site designed,developed & maintained by Tekons