ଜଉଘର




ବିପ୍ରବାବୁ-   ହଉ କହୁ କହୁ କଣ କହୁଛି। ମହେନ୍ଦ୍ରବାବୁ, ସେ କଣ କହୁଛି, କହୁ-

ବିଶ୍ବମ୍ଭର- ମୁଁ କହେ ଛାତ୍ରମାନେ ରାଜନୀତିରେ ବରାବର ଯୋଗଦିଅନ୍ତୁ, ଅବଶ୍ୟ ସବୁ କାର୍ଯ୍ୟ କଲା ବେଳେ ଯେପରି ଭାବିଚିନ୍ତି କରିବାକୁ ହୁଏ, ସେହିପରି ଭାବିଚିନ୍ତି; ଛାତ୍ର ଜୀବନ ସାରି ରାଜନୀତିରେ ଯୋଗ ଦେବା ପାଇଁ ଯେ ଉପଦେଶ,ସେଇଟା ଶିକ୍ଷକମାନଙ୍କର ଓ କର୍ତ୍ତୃପକ୍ଷର ଗୋଟାଏ ଫିସାଦି-ସେମାନେ ତାଙ୍କ ବାଟରୁ କଣ୍ଟାଟି ଦୂର କରିବାକୁ ଚାହାନ୍ତି-ଏହାଛଡ଼ା ଏପରି କଥାରେ ଅନ୍ୟ କୌଣସି ଅର୍ଥ ନାହିଁ। ଆପଣଙ୍କୁ ମାନିବାକୁ ହେବ ଯେ ରାଜନୀତି ଗୋଟାଏ ବିଦ୍ୟା, ଗୋଟାଏ କଳା,- ସେଦିଗରେ ଭଲ କରିବାକୁ ହେଲେ, ସେଥିପ୍ରତି ସ୍ଫୃହା ମନରେ ସତେଜ କରି ରଖିବାକୁ ହେବ। କେବଳ ଅବିଚଳିତ ଚିତ୍ତରେ ରାଜନୀତିର କେତେଟା ସୂତ୍ର ଓ ଘଟଣା ମନେ ରଖିଦେଲେ ହେବନାହିଁ। କବିତା ଲେଖିବାର ନିୟମାବଳୀ ଘୋଷି ଘୋଷି ଶୁଷ୍କ ହୃଦୟରେ କବିତା ଲେଖିବାକୁ ବସିଲେ ଯାହା ହୁଏ,ରାଜନୀତିର ସୂତ୍ର ମନେ ରଖି ରାଜନୀତିରେ ପଶିଲେ ତାଠାରୁ ଅଧିକ ହୁଏନାହିଁ । ସେଥିପାଇଁ ରୀତିମତ ଅଭ୍ୟାସ ଦରକାର ଆଉ ଅଭ୍ୟାସ ଠିକ୍‌ ଛାତ୍ର ଅବସ୍ଥାରୁ ହିଁ ଆରମ୍ଭ କରିବାର କଥା।

ବିପ୍ରବାବୁ-  ଉହୁଁ, ଉହୁଁ-

ବିଶ୍ବମ୍ଭର-(Inspired) ହଁ, ଆରମ୍ଭ କରିବାର କଥା-ଧରନ୍ତୁ ମୁଁ କେବଳ Theory ତକ ଜାଣିଲି, କୌଣସି ସଭା,ରାଜନୀତିକ ସମ୍ମିଳନୀରେ ଅବାଧ ଭାବରେ ଯୋଗ ଦେବାକୁ ସୁଯୋଗ ପାଇଲି ନାହିଁ, ଯୋଗଦେଲେ ବି ନିଜର ସ୍ବାଧୀନ ମତବ୍ୟକ୍ତ କରି ପାରିବାକୁ ମନା। ଏପରିସ୍ଥଳେ ମୁଁ ଯେତେବେଳେ କଲେଜ ଛାଡ଼ିବି, ସେତେବେଳେ କେବଳ ଗୋଟିଏ ଗ୍ରନ୍ଥକୀଟ ବ୍ୟତୀତ ଅନ୍ୟ କିଛି ହୋଇନଥିବି। କଲେଜରେ ପଢ଼ିଲା ପର୍ଯ୍ୟନ୍ତ ମୁଁ ରାଜନୀତିର ଧାର ଧରିବି ନାହିଁ, ଅଥଚ ଯିମିତି କଲେଜ ହତା ଡେଇଁବି,ସାଙ୍ଗେ ସାଙ୍ଗେ ଗୋଟାଏ କୁହୁକ ବଳରେ ମୁଁ ଗୋଟାଏ ରାଜନୀତିଜ୍ଞ ହୋଇ ବାହାରିପଡ଼ିବି- ଏହା କଣ କେବେ ସମ୍ଭବ ହେଲାଣି? ଏହି ସମୟରୁ ସାଧାରଣ କ୍ଷେତ୍ରରୁ ଦୂରରେ ନରହି, ବରଂ ତହିଁରେ ଭଲ ଭାବରେ ମିଶିବା ଦରକାର, ରାଜନୀତି ପାଇଁ ଅଭ୍ୟାସ ଓ ଅଭିଜ୍ଞତା ଦରକାର, ସୂତ୍ର କି ନୀତି ନୁହେଁ। ସୂତ୍ର ଓ ନୀତି ଘେନି ଯେ ରାଜନୀତିଜ୍ଞ ପାଲଟେ ସେ ଗୋଟାଏ କୋଠା କେତେ ଲୋକଙ୍କ ଦ୍ବାରା ଏକ ସେକେଣ୍ଡରେ ତିଆରି ହେବ, ସେଇୟା କଷୁଥାଏ।ମୁଁ ପଚିଶ ବର୍ଷ ପର୍ଯ୍ୟନ୍ତ ଜାଣିବି ନାହିଁ, ସାଧାରଣ କ୍ଷେତ୍ରରେ କିପରି ବକ୍ତୃତା ଦେବାକୁ ହୁଏ , କିପରି ଜନମଣ୍ଡଳୀର ପ୍ରାଣକୁ ସ୍ପର୍ଶ କରିବାକୁ ହୁଏ- ମୁଁ ସାଧାରଣଙ୍କର ନୈତିକ ଦୁର୍ବଳତା କେଉଁଠାରେ ନିଜେ ଜାଣିବାର ସୁଯୋଗ ପାଇବି ନାହିଁ। ଏସବୁ ଶିଖିବି କେବେ, ରାଜନୀତି କ୍ଷେତ୍ରରେ କାମ କରିବି କେବେ?

ବିପ୍ରବାବୁ-   କିନ୍ତୁ ଦେଖୁଚ ବିଶୁ, ଏଥିରେ ପାଠ ପଢ଼ାପଢ଼ିରେ ବଡ଼ ବ୍ୟାଘାତ ଆସି ପହଞ୍ଚୁଛି- ଶୃଙ୍ଖଳା ଆଦୌ ରହୁନାହିଁ- ଛାତ୍ରଙ୍କ ମଧ୍ୟରେ ଗୋଟାଏ ଖରାପ ବାୟୁମଣ୍ଡଳ ସୃଷ୍ଟି ହେଉଛି-

ବିଶ୍ବମ୍ଭର -  ସେ ଦୋଷ ଛାତ୍ରମାନଙ୍କର ନୁହେଁ ,ଶିକ୍ଷକମାନଙ୍କର ,ପିଲାମାନଙ୍କର ନୁହେଁ, ଶିକ୍ଷା ପଦ୍ଧତିର-ତା ନ ହୋଇ ଅନ୍ୟ ଗତି ନାହିଁ-ଆଉ ଏ ଶୃଙ୍ଖଳା ହାନି ପାଇଁ ଦାୟୀ ଶିକ୍ଷକ ଓ କର୍ତ୍ତୃପକ୍ଷ।

ବିପ୍ରବାବୁ-   ହଁ, ତମେ ପାଠ ପଢ଼ିବନି, ପ୍ରଫେସରଙ୍କୁ ମାନିବ ନାହିଁ,ବଦମାସୀ କରିବ, ଏଥିରେ ଦୋଷ ନିଶ୍ଚୟ ପ୍ରଫେସରଙ୍କର, ଆଉ ନୋଇଲେ ହବ କାହାର?

ବିଶ୍ବମ୍ଭର-   ନା, ଆପଣ ଭୁଲ୍‌ ବୁଝିଛନ୍ତି-ଛାତ୍ର ଚାହାନ୍ତି ପ୍ରକୃତ ଶିକ୍ଷା-ଆପଣ ତାଙ୍କୁ ଦିଅନ୍ତି ନାହିଁ- ଏ ଯାହା କିଛି ଗଣ୍ଡଗୋଳ ହେଉଛି ସବୁରି ମୂଳରେ ଅଛି ଯେ ପିଲାମାନଙ୍କୁ ଆପଣ ପଢ଼ାଉ ନାହାନ୍ତି।

ବିପ୍ରବାବୁ-  ସତେ?

ବିଶ୍ବମ୍ଭର-   ହଁ ନିରାଟ ସତ କଥା ଏ, ଛାତ୍ରୀମାନେ ଦାବି କରୁଛନ୍ତି, ଆପଣ ତାଙ୍କୁ ଶିକ୍ଷା ଦିଅନ୍ତୁ, ଶିକ୍ଷା ଅଧିକ ଉନ୍ନତ ମନୁଷ୍ୟ ହେବା ପାଇଁ, ନିଜର ମନୁଷ୍ୟତାର ବିକାଶ ପାଇଁ।  ଆପଣ କହୁଛନ୍ତି ନା, ଆମେ ତମକୁ ମଣିଷ ହେବାକୁ ଦେବୁ ନାହିଁ, ତମେ ଗୋଟାଏ ଲେଖା ଶୁଆ ହୋଇ ଆମ କଥାଯାକ ସବୁ ଘୋଷି ଯାଅ, ପାଇପ୍‌ ପରି ଏ ପାଖେ ପାଣି ଭର୍ତ୍ତି କରି , ସେ ପାଖରେ ବାହାର କର। ଆମର ମନୁଷ୍ୟତ୍ବକୁ ନଷ୍ଟ କରି ଆପଣ ଗୋଟାଏ ଲେଖା କିରାନି ତିଆରି କରୁଛନ୍ତି, ମନୁଷ୍ୟକୁ ନିର୍ଜୀବ କଳରେ ପରିଣତ କରୁଛନ୍ତି। ସେଇଯୋଗୁଁ ମୁଁ ଭାବୁଛି ଯେ ଆପଣ ଜାଣତରେ ହେଉ ବା ଅଜାଣତରେ ହେଉ, ଜଣେ ଦେଶଦ୍ରୋହୀ , ନରହନ୍ତା।

ମହେନ୍ଦ୍ରବାବୁ-   (ଉତ୍ତ୍ୟକ୍ତ ହୋଇ) ବେଶି ବୁଦ୍ଧି ହେଇ ଯାଉଛି ନା! କଥା କହି ଶିଖିଲୁଣିତ ବେଶ୍‌।

ବିପ୍ରବାବୁ-     ନା, ମହେନ୍ଦ୍ରବାବୁ,ରାଗନ୍ତୁ ନାହିଁ। ଆଜିକାଲି ଛାତ୍ରମାନେ ସେଇପରି ହେଲେଣି, ଆପଣ ଏଇ ଗୋଟାଏ ଦେଖୁଛନ୍ତି? ଆମେ ପ୍ରତିଦିନ ଶହ ଶହ ଘଟଣା ଦେଖୁଛୁଁ-ହଁ, ଆଉ କ’ଣ ଅଛି କହିବାର –କହ-

ବିଶ୍ବମ୍ଭର- ଆପଣ ଧୀରସ୍ଥିର ହୋଇ ଶୁଣନ୍ତୁ, ରାଗିବାର କୌଣସି କାରଣ ନାହିଁ- ମୁଁ କେବଳ କାରଣ ଦର୍ଶାଇ ଯାଉଛି- ମୋର ଭୂଲ୍‌ ଥାଇପାରେ – କିନ୍ତୁ ଆପଣ ମୋ ଭୁଲ୍‌ ଦେଖାଇ ନେ ଦେଲେ, ମୋ କାର୍ଯ୍ୟ ଲାଗି ମୋତେ ଦୋଷ ଦେବେନାହିଁ। ଆପଣ ବରାବର ଆପତ୍ତି କରୁଛନ୍ତି ଛାତ୍ରଙ୍କ ଭିତରେ ଶୃଙ୍ଖଳା ନାହିଁ-କିନ୍ତୁ ତା ନିତାନ୍ତ ଭୁଲ୍‌ ଧାରଣା-କାରଣ ଛାତ୍ରମାନେ ଦାବି କରୁଛନ୍ତି ଅଧିକ ଶୃଙ୍ଖଳା ଲାଗି-ଆପଣ ଶୃଙ୍ଖଳା ପରିବର୍ତ୍ତେ ଶିକୂଳା ଦେଉଛନ୍ତି, ତେଣୁ ଏତେ ଗଣ୍ଡଗୋଳ-

ବିପ୍ରବାବୁ-   କିମିତି? କିମିତି? ବାବା, ମୁଁ ତ ବୁଝିପାରୁନାହିଁ ତମ କଥା-

ବିଶ୍ବମ୍ଭର-  ମୁଁ, କହୁଚି, ଶୁଣନ୍ତି।ଶୃଙ୍ଖଳା ବାହାରୁ ଆସେ ନାହିଁ,ଶୃଙ୍ଖଳା ହୃଦୟରୁ ଜାତ ହୁଏ । ସେ ଗୋଟାଏ ଦାବି କଲା, ଗୋଟାଏ ବି ଅପରାଧ କଲା, କି ଶୃଙ୍ଖଳା ଭଙ୍ଗକଲା, ଆପଣ ତାର ଦୋଷ ବିଷୟରେ ତାକୁ ବୁଝାଇ ତାର ମନରେ ପରିବର୍ତ୍ତନ ଆଣିବା ପରିବର୍ତ୍ତେ ଆପଣଙ୍କ ଚେଷ୍ଟା ହେଉଚି କେବଳ ତାକୁ ଦବେଇ ଦେବାକୁ । ଆପଣଙ୍କ କଥାର ହୃଦ୍‌ବୋଧ ହେଉ କି ନ ହେଉ, ତାକୁ ମାନିବାକୁ ହେବ, କ୍ରୀତଦାସ ପରି। ଏହାକୁ କଦାପି ଶୃଙ୍ଖଳା କୁହାଯାଇନପାରେ। ଏହା ଏକପ୍ରକାର କ୍ରୀତଦାସ ପ୍ରଥା । ଆପଣ କେବଳ ଜୋରିମାନା ଓ ମାଡ଼ ଭୟରେ ,ଲାଠି ଓ ବନ୍ଧୁକ ମୂନରେ ଛାତ୍ରଙ୍କୁ ଶାସନ କରିବାକୁ ଚାହାନ୍ତି।  ଏପରି ଶାସନରେ ସ୍ବଭାବତଃ ତାଙ୍କର ମନ ବିଦ୍ରୋହ କରିଉଠିବ, ବିଶେଷତଃ ସେମାନେ ଯୁବକ। ସେମାନେ ସୁବିଧା ଓ ସୁଯୋଗ ଖୋଜି ବୁଲିଲେ,ସୁଯୋଗ ଦେଖି  ବିଦ୍ରୋହ କଲେ। ସେଥିରେ ଦୋଷ ସେମାନଙ୍କର ନୁହେଁ, ଦୋଷ-




+ -

© Jataayu Charitable Trust
Site designed,developed & maintained by Tekons