ପୃଥିବୀର ହେ ନରନାରୀ।
ତୁମେ ବୁଝିପାର ଆମ ଭାଷା?
ଆମ ଅଶରୀରୀ, ମଣିଷର ଆତ୍ମାଖାଲି।
ଦିନେ… ଆମର ବି ଦେହ ଥିଲା, ଥିଲା ଅବସ୍ଥିତି
ତୁମ ଭଳି ବଞ୍ଜିଥିଲୁ ବୁଝୁଥିଲୁଁ
ଜୀବନର ସୁଖ-ଦୁଃଖ, ରୋଗ-ଶୋକ, ପ୍ରେମ ଆଉ ପ୍ରୀତି;
ଆମର ବି ବାସ ଥିଲା, ଥିଲା ଆଶା ଆଭିଳାଷ,
ଆମେ ଭଲ ପାଉଥିଲୁଁ-
ଏ ସମୁଦ୍ର, ଏ ଆକାଶ, ଗ୍ରହ-ତାରା, ନୈମିତ୍ତିକ ସୂର୍ଯ୍ୟ,
ରୂପର ଦିଗନ୍ତ ସତ୍ତା, ପୃଥିବୀର ବିପୁଳ ଐଶ୍ବର୍ଯ୍ୟ
ଭଲ ପାଉଥିଲୁଁ ଏହି
ପ୍ରିୟ ଥିଲା ଏଜୀବନ, ଜୀବନର ଲକ୍ଷ ଅନୁଭୂତି
ଶୈଶବର ଲୀଳାଖେଳା, ଯୌବନର ଉଦ୍ଦୀପନା,
ଦିନାନ୍ତେ ସୁଷୁପ୍ତି…।
ଊର୍ଦ୍ଧ୍ବେ ଶାନ୍ତିର ପ୍ରତୀକ ପ୍ରକୃତିର ଅନ୍ତିମ ନୀଳିମା-
ନିମ୍ନେ ତା’ର ବାସଭୂମି ଜନାକୀର୍ଣ୍ଣ ପ୍ରି଼ୟ ହିରୋସୀମା
(ଅସମାପ୍ତ)