ଅନ୍ଧଗଳିର ଗାଥା




ସେଥିରେ ଖିଆଲି ବ୍ୟାଘାତ

ମୋର ଜନ୍ମଗତ ଅଧିକାର ଉପରେ ଅଯଥା ହସ୍ତକ୍ଷେପ;

ମୁଁ ତା’ କଦାପି ବରଦାସ୍ତ କରିବି ନାହିଁ,

ବରଦାସ୍ତ କରିବି ନାହିଁ, ବରଦାସ୍ତ କରିବାର ନୁହେଁ,

ତୁମେଗୁଡା ବୃଥା ହାମଲା କରିବା ଛାଡ;

ହଟି ଯା ଏଠାରୁ

ମୋ କଥାକୁ ତାଚ୍ଛଲ୍ୟରେ ଉଡେଇ ଦେବାକୁ ଚାହଁ।

ମୁଁ ଗୋଟାଏ କୁତା, ବାରବୁଲା।

ଆଉ ତୁମେ? ମାସିକ ମୋଟା ଦରମା ଓ ମହଙ୍ଗାଭତ୍ତା

ପାଉଥିବା ପେଶାଦାର ଗ୍ରେହାଉଣ୍ଡ:

କମ୍ପାନୀ ଲୁଣ-ଗୋଦାମର ପହରାଦାର,

କଳାମୁନିବର ନୂଆ ଡାକବଙ୍ଗଳା ଜଗିବା ଭାର

ଏବେ ତୁମ ଉପରେ ନ୍ୟସ୍ତ।

ଜନ ସେବାରେ ବ୍ୟସ୍ତ ରହି

ତୁମେ ବନିଯାଇଛି ତ ବେଶ୍‌ ପେଟା ପେଟା।

ହେଲେ ଜାଣେ, ତୁମେ ସବୁ ଜାତିରେ ହେଟା।

 

ମୟୂରପୁଚ୍ଛରେ କେବେ କାହାର ପ୍ରକୃତି ବଦଳିଛି?

ଚେହେରାର ଆଟୋପରେ ମୋର ଭ୍ରାନ୍ତି ଜନ୍ମେ ନାହିଁ;

ଲାଠି ଓ ପିସ୍ତଲର ଧକାଣରେ ଶଙ୍କିଯିବାର ଜୀବ ନୁହେଁ ମୁଁ

ମୋ ଜନ୍ମଗତ ଅଧିକାର ଲାଗି ମୁଁ ନିଶ୍ଚିୟ ଲଢ଼ିବି।

 

ମରିବାକୁ ମୁଁ ଭୟ କରେନାହିଁ।




+ -

© Jataayu Charitable Trust
Site designed,developed & maintained by Tekons