ପାରିଷଦ


ଆଲମ୍‌ଗିର୍‌! ଆଲମ୍‌ଗିର୍‌!!

ଦୁଲକେ ଦିଲ୍ଲୀ, କମ୍ପେ ଆଗ୍ରା, ତ୍ରସ୍ତ ଆଜମୀର୍‌।

ଆଲମ୍‌ଗିର୍‌! ଆଲମ୍‌ଗିର୍‌!!

 

ଆଲମ୍‌ଗିର୍‌ ଲୋଡେରେ ଆଜି ରାଜକି ହିନ୍ଦୁସ୍ଥାନ

ଦକ୍ଷିଣ ଛାଡି ଉତ୍ତରେ ମୋଡେ ହିଂସାର ଅଭିଯାନ;

ସିଂହାସନ ଅକ୍ତିଆର ଖଡ୍‌ଗେ ଥିବ ଶକ୍ତି ଯା’ର

ମୁଲକୀ ହକ୍‌, ଗାଦିର ସକ୍‌ ଯୁଦ୍ଧ ହେବ ସ୍ଥିର।

ଆଲମ୍‌ଗିର୍‌! ଆଲମ୍‌ଗିର୍‌!!

 

ଆଲମ୍‌ଗିର୍‌! ଆଲମ୍‌ଗିର୍‌-

ବୃଦ୍ଧ ଶାହା ବନ୍ଦୀଶାଳେ

ନିରବେ ବସି ଅଶ୍ରୁ ଢ଼ାଳେ;

ମୁଲ୍‌କ କହ ‘ଆଲ୍ଲା ଚାହେ-କାଫେର୍‌ ଦାରା ଶିର୍‌’।

ଆଲମ୍‌ଗିର୍‌! ଆଲମ୍‌ଗିର୍‌!!

 

ବାଦଶାହୀର ବନ୍ଦା ଯେତେ

ନ ମିଳେ ଭେଟ କାହିଁ ତ ଗୋଟେ

ବୁଡିଲା ନାହା ଶାହାଜାହାନେ ପ୍ରବୋଧି କହେ ଉଜିର୍‌

“ଜାଁହାଁପନା, ହାମେ ସବୁ ଖାଲି ସର୍ବନାମ;

ଆମ କାମ ନିର୍ବିଚାରେ ବିଶେଷ୍ୟକୁ କରିବା ପ୍ରଣାମ;

ଆମେ ସବୁ ଖାଲି ସର୍ବନାମ।

ଆମ ଧର୍ମ

କର୍ତ୍ତା ଆଉ ତା’ର କ୍ରିୟା-କର୍ମ

ଅନୁସରି ମାରିବା ସଲାମ;

(ସେ ହେଲେଟି ହେଉ ଲଙ୍କାପତି ବିଂଶବାହୁ,

ଅବା ହେଉ ରାମ)

“ଆମେ ଖାଲି ଧୂପଛାୟା, ଜ୍ୟୋତିହୀନ ଆଲୋକ ଫଳକ,

ସ୍ପଟିକର ମିଛଝଳି କାଚମାଳି ତୁଚ୍ଛା ଝକମକ;

ଜାଁହାଁପନା ସଲାମ ସଲାମ

 ବୁଡ଼ିଲା ନାହା ଶାହାଜାହାନେ ପ୍ରବୋଧି କହେ ଉଜିର୍‌

 

ଆଲମ୍‌ଗିର୍‌! ଆଲମ୍‌ଗିର୍‌!!




+ -

© Jataayu Charitable Trust
Site designed,developed & maintained by Tekons