ମୁକ୍ତି ସୂର୍ଯ୍ୟ ସ୍ମରଣିକା


ମୁଁ ଜଣେ ବେନଂବରୀ ଡ଼ାକ୍ତର:

ରକ୍ତପୂଜ ନିରୀକ୍ଷା ଲାଗି

ଦିନରାତି ଖୋଲା

ମୋ କ୍ଲିନିକାଲ୍‌ ଲାବରେଟେରୀରେ

ତୁମ ସ୍ବାସ୍ଥ୍ୟ ଘେନି ନାନା ଗୋପନୀୟ ତଥ୍ୟ

ମୁଁ ରେକର୍ଡ଼ କରି ଚାଲିଛି ଅବିଶ୍ରାନ୍ତ।

 

ମୋ ଟେଷ୍ଟଟ୍ୟୁବ୍‌ରେ

ରଙ୍ଗିନ୍‌ ହୋଇ ଉଠନ୍ତି

ତୁମ ଧମନିରେ ନୃତ୍ୟରତ

ସିଫିଲ୍‌ସ ଜୀବାଣୁଙ୍କ କାବାରେଟ୍‌।

 

ମୋ ମାଇକ୍ରୋସ୍କୋପର ରଜତପର୍ଦ୍ଦାରେ

ସେମାନଙ୍କୁ ମୁଁ ଦେଖିପାରେ,

ସେମାନଙ୍କୁ-ଯେଉଁମାନେ

ପ୍ରଚୁର ପିଇବାକୁ ପ୍ରଲୋଭିତ କରି

ତୁମକୁ ବୁଜ୍‌ କରିପକାନ୍ତି,

ତୁମେ କାମତୁରା ହୋଇଉଠ,

ଉଲଗ୍ନ ହୋଇ ପଡ଼ିରହ

ଆଉ ସେମାନେ ମାରାଇନ୍‌ ଡ଼୍ରାଇଭ୍‌ରେ

ତୁମ ଫ୍ଲାଟରେ ଷ୍ଟ୍ରଙ୍ଗରୁମ୍‌କୁ ଲୁଣ୍ଠନ କରନ୍ତି।

 

ମୋ ଏକ୍ସ-ରେ ପ୍ଲେଟ୍‌ରେ ଧରାପଡ଼େ

ଗୋଲାପି ଗୋଲାପି ଚିଖ୍‌ଖଲ ଚମ୍‌ ତଳେ

କର୍କଟ ଜିବାଣୁଙ୍କ ମୋଗଲି ପ୍ରକୋଷ୍ଠ;

ଆକୃଷ୍ଟ ଅନେକ ମତ ଜାନୁଆରଙ୍କର

ତୁମର ରଙ୍ଗିଲା ଓଷ୍ଠ ଉପରେ

ଅନାସକ୍ତ ବିଷାକ୍ତ ଦଂଶନ।

ଅପ୍ରାକୃତ ପ୍ରେମମୂର୍ତ୍ତି

ତୁମେ ଯେବେ ରାଧା ସାଜି

ହାଜିର ବାହୁରେ ବାହୁ ଛନ୍ଦିଦେଲ,

ବନ୍ଦୀ କଲ ଚିତ୍ତଚୋରକୁ

ମର୍ତ୍ତ୍ୟର ନନ୍ଦନେ

ଶ୍ରୀନଗର ବୃନ୍ଦାବନେ,

ବିଶ୍ବବନ୍ଦୀନୀ ତୁମେ ହଜିଥିଲ

ମାଂସର ବିଳାପେ

ତୁମ ସ୍ନାୟୁଲତାରେ ସେବେଠାରୁ

ଜଳୁଛି ହଳାଳହ ଦୁର୍ନିବାର…

ସବୁ ମୋର ଏକ୍‌ସ-ରେ ପ୍ଲେଟରେ ଧରାପଡ଼େ,

ଏ ମୋର କ୍ଲିନିକ୍‌ ରେକ୍‌ର୍ଡ଼-

ମୁଁ ଡ଼ାକ୍ତର ତଥାଗତ:

ମୋର ନିରୀକ୍ଷାଗାରରେ ବସି

ତୁମ ସଭ୍ୟତାର ଇତିହାସ ଲେଖେ।

ତୁମ ସଭ୍ୟତାର ବ୍ୟବଚ୍ଛେଦ କରି

ମୋ କ୍ଲିନିକ୍‌ ରେର୍କ୍‌ଡ଼ରେ

ରଖିଗଲି ଯେ ଟାଇମ୍‌ କ୍ୟାପ୍‌ସୁଲ

କେହି ଦିନେ ତାହାରି ସୂତ୍ର ଧରି

ତୁମ ପୁଷ୍ପମାଲ୍ୟର ମୂଲ୍ୟାୟନ କରିବ,

କଷିବ ତୁମ କଥା ଓ କାମର

ଠିକ୍‌ ଆଉ ଭୁଲ୍‌, ମିଛ ସତ,

ମୁଁ ଡ଼ା:ତଥାଗତ;

ମୋ ଡ଼ାଏରୀ;

 

ସ୍ବପ୍ନପୁରୀର ପ୍ରବନ୍ଧ ପ୍ରେମସୁଧାନିଧି।




+ -

© Jataayu Charitable Trust
Site designed,developed & maintained by Tekons