କାରଗାର




କାରାଗାର! କାରାଗାର!

ଅନାଗତ ଲାଗି ଦୀପ୍ତ ଯେଉଁ ପ୍ରାଣ

ଜୀବନ ମରଣ କରି ତୁଚ୍ଛ ଜ୍ଞାନ

ଐକାନ୍ତିକ ଲୋଡା ଜ୍ୟୋତିର ସନ୍ଧାନ

ଆତ୍ମାହୁତି ମହାମନ୍ତ୍ରେ,ଯଜ୍ଞବେଦୀ ତୁମେ ତା’ର ।

କାରାଗାର! କାରାଗାର!

ଅମାବାସ୍ୟାର ଗ୍ଲାନି-ଗଭୀର ଭାରତ…

ଅବିଚଳିତ ତୁମେ ତପସ୍ୟାରେ ରତ;

କ୍ଲାନ୍ତିହୀନ ନେତ୍ରେ ଚାହିଁରହ ପଥ

ଯୁଗେ ଯୁଗେ ଏ ନିଶିଥେ ନିଶ୍ଚିତତା ଆସିବାର।

 

କାରାଗାର! କାରାଗାର!

ଦେବକୀ ଲୋତକ ସିକ୍ତ ତୁମ କକ୍ଷେ

ଜନ୍ମେ ଯେ ନନ୍ଦନ ପ୍ରହରୀ ଅଲକ୍ଷ୍ୟେ,

ଛିଡାଇ ଶୃଙ୍ଖଳ ଚଳେ ସେ ନିଃଶଙ୍କେ

ବାସୁକୀର ଫଣାତଳେ ସ୍ରୋତକାଟି ଯମୁନାର।

 

କାରାଗାର! କାରାଗାର!

କବି ଭାବୁକର ରକ୍ତିମ ସପନ;

ବିଚିତ୍ର କରିଛି ଆବଦ୍ଧ ଅଙ୍ଗନ;

ତୁମେ ଅକାମୀର ସୂତିକା-ଭବନ

ହେ ଉଦାର! ହେ ପବିତ୍ର!

 

ଘେନ ମୋ ନମସ୍କାର।




+ -

© Jataayu Charitable Trust
Site designed,developed & maintained by Tekons