ଶତାଦ୍ଦୀ ଓ ଶତାଦ୍ଦୀ




ସେବେ, ସେପରି ସନ୍ଧ୍ୟାରେ

ଗାଆଁ ଦାଣ୍ଡ ପୂରୁଥିଲା ଘରମୁହାଁ ଗାଈଙ୍କ ହମ୍ବାରେ;

ଗାଈଆଳ ଟୋକା ଦିଟା ଫେରୁଥିଲେ ଝୁମୁର ବଜାଇ

ମଝିରେ ମଝିରେ ଡ଼ାକମାରି ଉଚ୍ଚେଗାଈ ଗଲେ ଗାଈ

ପଧାନ ନାତୁଣୀବୋହୂ, ଥିରି ଚାଲେ, ଓଜନିଆ ଗରା

ଧରି ସେ ନଈରୁ ଫେରେ, ଯାଆ ମେଳେ ଚହଲେ ଟାପରା;

ଶାଶୁ କହେ ଟାଣେ, “ କିଲୋ, ନଈକୂଳେ କଲୁ କି ଘଈତା?”

ବାପଘର ମନେପଡ଼େ, ସାନବୋହୂ ଓଦାକରେ ପତା

ପୁଅକୁ ଆଡ଼େଇ ଦେଇ ତରବରେ ସଂଜ ଦିଏ ବଡ଼,

, ’, ଖଳାରେ ଲାଗିଲା ଆସି ପଧାନର କଳେଇ ଶଗଡ଼

 

 ସେବେ, ସେପରି ସନ୍ଧ୍ୟାରେ

ବୋହୂଙ୍କୁ ତିଆରି, “ଆଲୋ, ଯାଆ ତମେ ସବୁ ହାଣ୍ଡି ଶାଳେ

ଆଈମାମେଲୁଥିଲା ଅସରନ୍ତି କାହାଣୀର ପେଡ଼ି

ସାଇଯାକ ଛୁଆପିଲା ବସିଥାନ୍ତି ଚାରିକଡ଼େ ବେଢ଼ି-

ଶୁଣିବାକୁ: ରାଜାପୁଅ, ମନ୍ତ୍ରୀପୁଅ, କଟୁଆଳ କଥା;

ତିନିମିତ, ରାଜଜେମା ସୁନାପକ୍ଷୀ କରିଛି ଶରଧା;

ଯିଏ ତାକୁ ଆଣିଦେବ, ପଣ ତାର, ତାକୁ ହେବ ବିଭା,

ତିନିମିତ ବିଚାରିଲେ, ସୁନାପକ୍ଷୀ ଖୋଜିବାକୁ ଯିବା

ଅଗନାଗ୍ନି ବନସ୍ତରେ ବାସକରେ ବୁଢ଼ୀ ଅସୁରୁଣୀ;

ସାତତାଳେ ପାଣି ତଳେ ସାତତାଳ ପଙ୍କ ଅଛି ପୁଣି

ତାତଳେ ସାତ ଫରୁଆ, ଫରୁଆରେ ମୁଦି ଆଉ ବାଳ,

ସେ ବାଳକୁ ଛିଣ୍ଡାଇଲେ ହେବ ଯାଇ ଅସୁରୁଣୀ କାଳ

 ଶୁଣ ଶୁଣ ପିଲାମାନେ ଉଡ଼ିଲେ ଲୋ ପ୍ରଳଂବ ଘୁଙ୍ଗୁଡ଼ି,

ସପନରେ ସୁନାପକ୍ଷୀ ଯାଉଅଛି ଡ଼ାଳୁ ଡ଼ାଳେ ଉଡ଼ି

 

ଏବେ, ସେପରି ସନ୍ଧ୍ୟାରେ

ତ୍ରସ୍ତ ସୂର୍ଯ୍ୟ କରେ ରକ୍ତ ବାନ୍ତି

କ୍ଷତ, ପଞ୍ଜରାଗତ, ଧୂସର ରାସ୍ତାରେ ରାସ୍ତାରେ

କଣ୍ଟ୍ରୋଲ ଦୋକାନ ସାମାନାରେ

କିରାସିନି ପାଇଁ ଦୀର୍ଘ ଲଙ୍ଗଳା ଲୋକଙ୍କ କ୍ୟୁ

ଟା ସ୍ବୟଂଭୂ ପେଟୁଆ ଛୁଆ  

ବଗି ପାଖରେ ଦାବି କରନ୍ତି ବିରକ୍ତ କୃପା

 

ଚୁପ୍ଚୁପ୍‌… ଚୋରା ନୁଚା

ଲଙ୍କା ମରିଚର ବଢ଼ିଗଲା ଭାଉ,

କ୍ରମେ କ୍ରମେ ଦୀର୍ଘତର ହୁଏ ଲଙ୍ଗଳା ଲୋକଙ୍କ କ୍ୟୁ

ରୁଦ୍ଧ ଦରଜା ଦୀର୍ଘ କରି

ଉଠେ ବୁଭୁକ୍ଷିତ ଶିଶୁର କଣ୍ଠଭରା ବିଦ୍ରୋହର ପାଞ୍ଚଜନ୍ୟ

ଅଦମ୍ୟ

ଘଡ଼ବାଲି ସୈନ୍ୟ ଇଙ୍ଗିତ ନେବା ଲାଗି

ରିକ୍ସା ଅଣଓସାରିଆ ଗଳି ଭିତରକୁ ନେବା ଲାଗି

ସାଇରେନ୍ ଚିତ୍କାର

ଭୟାର୍ତ୍ତ ନଗରୀର ଶଙ୍କିତ ଜନତାକୁ କରିଦିଏ ସାବଧାନ

ବୋମା! ବୋମା!

ଅଶ୍ଲୀଳ ଗଳିରେ ମୁମୂର୍ଷୁ

ପିଉଛି ଆକଣ୍ଠ ନର୍ଦ୍ଦମାର ବହଳିଆ କଳାପାଣି,




+ -

© Jataayu Charitable Trust
Site designed,developed & maintained by Tekons