ଶୁଣ ସୁପ୍ତ
ଶୁଣ ଯାତ୍ରୀ ଶୁଣ- ଆକାଶବାଣୀ
ଏ ନୁହେଁ - ଏହି ସତ୍ୟ ପୁନଃ, ପୁନଃ , ପୁନଃ
ନିତ୍ୟ ନବ ଛନ୍ଦ ରଚି ଜୀବନରେ ଦେଇଛି ପ୍ରେରଣା,
ସଂଘର୍ଷର କୋଳାହଳେ ସୃଷ୍ଟିର ସେ ଅପୂର୍ବ ବନ୍ଦନା।
ଗୋପନୀୟ ଶୁଣ ତୁ ଅକ୍ରୁର
ମୂର୍ତ୍ତ ହେବ ଏ କାଳିମା, ନାଶିବ ସେ ଦୁଷ୍ଟ କଂସାସୁର।
ଇତିହାସେ ଏ ଆଗାମୀ, ଅନାଗତ ଗତିର ପୁରାଣ
କୃଷ୍ଣ ମଧ୍ୟେ ଲଭିବୁ ତୁ ଆଲୋକର ଏକାନ୍ତ ସନ୍ଧାନ।
ତେଣୁ ସାବଧାନ,
କଂସର ସେ କାରାଗର୍ଭେ ଯେ ସୃଷ୍ଟିର କଲ୍ୟାଣ।
କୋଳକରି ନେବୁ ତାକୁ, ଉର୍ଦ୍ଧ୍ବେ ତୋର ଗର୍ଜିବ ମେଦିନୀ
ଝଡ଼ଶ୍ବାସେ ପ୍ରଳୟର ଭୟାଭୟେ କମ୍ପିବ ମେଦିନୀ
ଗଭୀର ଅନ୍ଧାରେ ପଥ ଦର୍ଶାଇବ ସତ୍ୟର ତଡ଼ିତ,
ଯିବାକୁ ଯେ ହେବ ତୋତେ-
ଶୁଣ ଶୁଣ ବକ୍ରର ସଙ୍କେତ !!