୧୯୪୯


ଅଗଷ୍ଟ ପନ୍ଦର ଆଜି ଆସିଛି ପୁଣି !!

ବର୍ଷ ତା ମାତ୍ର ଦୁଇଶିଶୁ

କିନ୍ତୁ ତାହା ପରି ଖୁଣୀ

କେ ଦେଖିଛି କାହିଁ?

-ଏପରି ନିର୍ଲଜ୍ଜ କ୍ରୂର ପୈଶାଚିକ କୃଷ୍ଣ ଆତତାୟୀ

 

ନରରକ୍ତ ପାନେ ତା କଣ୍ଠେ ଜାଗେ ମାତାଲୀ ପିପାସା,

କୁଟିଳ ଓଠରେ ଥରେ ଧୈର୍ଯ୍ୟଚ୍ୟୁତ ଅଶ୍ଳୀଳ ଦୁର୍ବାସା,

କମ୍ପେ ସଇତାନି ହାତ ଘାତକର ଉନ୍ମତ୍ତ ନିଶାରେ,

  ରାତ୍ରୀର ବିଷାକ୍ତ ଅନ୍ଧାରେ

ପାଦ ତା ଖୋଜିବୁଲେ ନବତମ ହତ୍ୟାର ସୁଡ଼ଙ୍ଗ

ଶୋଷକ ନୁହେଁ ସେ ଆଉ, ରକ୍ତପାୟୀ ବୀଭତ୍ସ ଉଲ୍ଲଙ୍ଗ

 

ନୁହେଁ ନୁହେଁ  ଏହା କେବେ ମଣିଷର ଶିଶୁ ଆୟୁଷ୍ମାନ୍‌,

କେଉଁ ରାକ୍ଷସ ଔରସେ ଡ଼ାଙ୍କିଣୀରେ ଜାରଜ ସନ୍ତାନ

ଅଳ୍ପାୟୁଷ ପ୍ରାଣେ ତା ଲୋଡ଼ିଅଛି କରିବ ପ୍ରତିଷ୍ଠା

ଅଭିଶପ୍ତ ଯେତେ ଅପଚେଷ୍ଟା

କିନ୍ତୁ

ଉପହାସ କରେ ତାକୁ ମେଦିନୀର ଦୀର୍ଘ ଇତିହାସ;

ମଣିଷର ଉତ୍ତପ୍ତ ନିଶ୍ବାସ

କେ ପାରିଛି ସହି?

ବଞ୍ଚିତର କୁରୁକ୍ଷେତ୍ରେ ବେଗ ଧରେ ଯେ ରକ୍ତ ନଈ;

ଅନିବାର୍ଯ୍ୟ ସ୍ରୋତ ତା କେତେ କେତେ ଦୁଃଶାସନ ଶବ

ଯାଇଅଛି ଭାସି,

 କେତେ ରାଜା ବାଦସା, ପୋପ୍‌, ଜାର୍‌, ଫାସିଷ୍ଟ ନାତ୍ସୀ;

ବେବିଲୋନ୍‌, ଗ୍ରୀସ୍‌, ରଖମ୍‌, ମେସିଡ଼ନ୍‌, ଉଦ୍ଧତ ବର୍ଲିନ

ସବୁସବୁହୋଇଅଛି ଲୀନ,

ବୁଦ୍ବୁଦ୍ସମାନ ଫୁଲି ଲିଭିଅଛି ତା ପରିଣତି

ଜନତାର ଅବିଚ୍ଛିନ୍ନ ଧାରା ରହେ ଚିର ସ୍ରୋତସ୍ବତୀ

 

ଆଜି ପୁଣି ଇନ୍ଦ୍ରପସ୍ଥେ ଶକୁନିର ପଶାକାଠି ଡ଼ାକେ;

କଳାକୁ  ନେବି ମୁଁ ବାହି ନାଲିଆକୁ ଛେଦି ଦେଇ ଟାଙ୍କେ,

ମୋ ପଛକୁ ଯୁଗ ହୋଇ ଲାଗିଥିବ ସୁନେଲୀ ଡ଼ୋଲାର;

ସବୁଜ ଆଶାର ହତ୍ୟା; ଦୁଃଶା ରଡ଼େ, କଚେ ପୁଅ ବାର୍

ଇନ୍ଦ୍ରପ୍ରସ୍ଥେ ଗଡ଼େ ପୁଣି ସର୍ବନାଶୀ ମୁନାଫାର ପଶା;

କୁଟିଳ ପାଲିର ତଳେ ଦେଇଯାଏ ଅକପଟ ଚଷା

 

ଥିଲା ତାର ଯାହା;




+ -

© Jataayu Charitable Trust
Site designed,developed & maintained by Tekons