ନର୍ମଦାର ମଝିରୁ ଭାସିଆସିଲା ସଙ୍ଗୀତ, କୋଳାହଳ ,କରତାଳି ଓ ଆହୁଲାରେ ଛପଲ ଛପଲ ଶବ୍ଦ, ଦୂରରେ ମିଳେଇଗଲା । ବିଲୁଆଙ୍କର ଖେଁ ଖାଁ ଚାଲିଲା ପୁଣି ।
“ଆଉ କ’ଣ ସୁଲି ସୁଲି ହେଇ ଅଛି । ”
“ଆଉ କଅଣ ମାଗୁଣି ମାଗୁଣି ହେଇ ଅଛି ।”
ତେବେ ?
ଉଭୟେ ହସିଲେ , ସେ ହସ ମାଗୁଣିଆର ନୁହଁ, ସେ ହସ ସୁଲିର ନୁହେଁ ତେବେ ?
ହାଡ଼ର ହାଡ଼ର ପ୍ରେମ….।
“ଛିଇ, ଇଏ କେମିତିକା ମଣିଷ ତେମେ , ମୋର କଅଣ ଆଉ ଯୌବନ ଅଛି ”।
ସୁଲି ଉଠିପଡ଼ି ସଙ୍କୋଚରେ ଦୁଇ ହାତକୁ ଛାତି ଉପରେ ଚାପି ଧରିଲା।
ହାଡ଼ର ହାଡ଼ର ପ୍ରେମ…।
“ସୁଲି, ଆଉ ଆମ ଜୀବନରେ କି ସୁଖ ଅଛି, କହତ ଭଲା?”
ସୁଲିର କାନ୍ଧ ଉପରେ ହାତ ରଖି ମାଗୁଣି ପଚାରିଲା ।
ଉଭୟ ଚାହିଁଥିଲେ , ପଶ୍ଚିମ ଆକାଶର ପାଣ୍ଡୁର ଜହ୍ନକୁ ।
ଛୋଟ ପାକୁଆ ହସଟିଏ ହସିଲା। ଦିହେଁ ହସି ହସିକା ଅତି ପୁ “ପ୍ରିୟ! କହ ତ, ଜୀବନଟା କି ମଜାଦାର୍ , କି ରଙ୍ଗୀନ୍”।
“ସେ ରଙ୍ଗ ଢ଼ାଳିଲା କିଏ କହତ”!
“କିଏ?”
“ତୁମର ରୂପେଲୀ ଯୌବନ ଆଉ ସୁନେଲି ପ୍ରେମ ।”
“ଦୁଷ୍ଟ ”ରାଜକୁମାରୀ ହସିଲା, ହୀରାଲାଲ ହସିଲା । ଉଭୟ ଚାହିଁଥିଲେ ପଶ୍ଚିମ ଆକାଶର ପାଣ୍ଡୁର ଜହ୍ନକୁ ।
ପାକୁଆ କୁଜା ବୁଢ଼ାଟିଏ ଆମ ଝରକା କର ଦେଇ ବାଡ଼ି ଖଣ୍ଡେ ଠୁକେଇ ଠୁକେଇ ଯାଉଥିଲା, ହାତରେ ତା’ର ଲିମ୍ବ ଦାନ୍ତକାଠି ଦି’ବିଡ଼ା।
“ଅଜା” ସଚ୍ଚି ଝରକା ଦେଇ ଡାକମାରି ଚୌକିରୁ ହୁଦସ୍ ଉଠିପଡ଼ିଲା। ବୁଢ଼ା ଏପଟ ସେପଟ ଘୂରି ଅନେଇଲା।
“ଅଜା” କହି ସଚ୍ଚି ତା’ କାନ୍ଧରେ ଥାପୁଡ଼େଇଲା। ବୁଢ଼ା ତା’ର ଆଖିକୁ ସଚ୍ଚିର ମୁହଁ ପାଖକୁ ଲଗେଇଦେଇ ଖୁସିର ରୁଣା ବନ୍ଧୁ ପରି ସୁଖଦୁଃଖ ହେଇ ଚାଲିଲେ ଆଗକୁ-ଆମେ ଝରକା ଦେଇ ଅନେଇ ରହିଥାଉଁ।