ବାବୁ ହେ


ବାବୁ ହେ, ପଡ଼ିଲାଣି ଏବେ ଧରା

ତୁମ ସ୍ବାଧୀନତା ଧୋକାବାଜି କଥା

ଧରମକୁ ଆଖିଠରା

 

ଆମେ ଭାରତ ଜନସାଧାରଣ

ବିଲାତି ବଣିକ ଶୋଷଣ କଷଣ

ଲୋପ କରିବାକୁ ତେଜିଥିଲୁ ରଣ

(ତୁମେ) ବଇରି ସାଥିରେ କରିଛ ସାଲିସ,

ପଛରୁ ମାରୁଛ ଛୁରା

 

ଚାହା ବଗିଚାରେ ଆମେ ମରୁ ସଢ଼ି

ଉଣା ହୋଇବ ଗୋରାଙ୍କ କଉଡ଼ି

ତୁଣ୍ଡ ଫିଟାଇଲେ ହାତେ ପଡ଼େ ବେଡ଼ି

ବ୍ରିଟିଶ ପୁଞ୍ଜିକି ସ୍ବଦେଶୀ କୁତ୍ତା ଗୋ

ଜଗିଛି କଡ଼ା ପହରା

 

ରେଳବାଇ କୁଲି ଦରମା ଚାଳିଶ

ଅମୂଲ ମୂଲ ତା ଯାବତ ଜିନିଷ

ଆମ ଗୁହାରି କି ସାଇତା ପୁଲିସି

କମ୍ପାନୀକୁ ଦିଅ ପଚିଶ କୋଟି

ଆମକୁ କରି ଲଙ୍ଗଳା

 

କଳା ଆଇନର ନାଗ ଫାଶ ଛନ୍ଦି

ବୀର ବଇଷ୍ଣବ ଗାରଦରେ ବନ୍ଦୀ

ମନି ଗୁହ ହେଲା ସ୍ବାଧୀନତା ନନ୍ଦୀ

ଗାନ୍ଧୀଧ୍ବଜା ଧରି ଯେତେ ଜୁଆଚାରୀ ସବୁରି ଚିପୁଛ ଗଳା

 

ଆମେ ଖେତଚାଷୀ ରହୁ ଉପବାସେ

ବେଛପରି ଚାଳ ନିଲାମ ବାଉଁଶେ

ବାଇନାଚ ମଜା ରଜାଙ୍କ ଉଆସେ

ବାଜି ରକ୍ତଖିଆ ଢ଼େଙ୍କାନାଳ ଗୋଜା

ଆମକୁ କରିଛି ଶଳା

 

 




+ -

© Jataayu Charitable Trust
Site designed,developed & maintained by Tekons