ଘରଢ଼ିଙ୍କି


ମନ୍ତ୍ରୀ ହୋ, ଗୁଣ ଗାଉଥିବୁ ତୁମରି-

ମାୟାବୀ କଥାରେ ସ୍ବାଧୀନତା ବୋଲି କୁହୁଡ଼ିରେ ଗଲୁଁ ପହଁରି

 

ମାଉଣ୍ଟବାଟେନ୍କପି ହେଲା କାଜି,

ଯୋତା ଚାଟିବାକୁ ନେତା ହେଲେ ରାଜି,

ଗୋରା ପୁଞ୍ଜିଜଗା   ହାତପାତି-ମଗା ମୁକତି ନୁହଁ ସେ, ନକଲି

 

ଗାନ୍ଧୀ ଗାନ୍ଧୀ ବୋଲି ଆଖି ବାନ୍ଧି ଦେଇ

ରାମାନନ୍ଦୀ ଚିତା ସଳଖେ ଚଢ଼େଇ

ରାମରାଜ୍ୟ ଫନ୍ଦି    ଫିକରରେ ଗାଦି

(ଭଲା) ମାରିନେଲା ଚୋରା-ବେପାରୀ

 

ଚଷା କଂସା ବିକି ଜମିଦାର ପୋଷା

ରଜା ଖଜା ଖିଆ ନୂଆକର ବସା

ଶୋଷା ସରକାର  ନିତି କରେ ଓଷା, ଆମେ କାଳୀଗାଈ ଦୁହାଳି

 

ଟଙ୍କାରେ ମାଣେ ମିଳେ ଚାଉଳ

ଦଶଗୁଣା ହେଲା ଦରବର ମୂଲ

ହରବର ହୋଇ   ମରିଲୁ ଆମେ, ହାତରୁ ସରିଚି କଉଡ଼ି

 

ଦିନକରେ ଥରେ ଜଳେ ନାହିଁ ଚୁଲି

ପାଟି କଲେ ଲାଠି, ହଲିଗଲେ ଗୁଳି,

ଘର ଢ଼ିଙ୍କି ମୋର   କୁମ୍ଭୀର ହୋଇଲା କା ଆଗେ କରିବି ଗୁହାରି?

 

 




+ -

© Jataayu Charitable Trust
Site designed,developed & maintained by Tekons