ମାରୀଚ




-ବଞ୍ଚିବ-

-ସଂସାର କରିବ-

-ମଣିଷ ହେବ-

ଗୋଡ଼ ଫୁଲିଲା, ହାତ ଫୁଲିଲା ପେଟ ବାହାରିଲା-

-ମଣିଷ ହେବ-

ମାରୁଆଡ଼ି ଘର ନାଳରୁ ବହି ଆସୁଥିଲା ରୁଟି, ଟୁକୁରା ବୁଟଯାଇ, ମୂଳାନାଞ୍ଜି। ନଳା ମୁହଁରୁ ସେ ଖୁଣ୍ଟି ନେଉଥିଲା ଟୁଙ୍କି ଦଉଥିଲା।

“ ବସିଥିଲା ତ, ନର୍ଦ୍ଦମାଟାରେ ମୁହଁ ମାଡ଼ି ଭୁସ୍‌ କରି ପଡ଼ିଲା’

“ବାତୁଆ ଟାଏରେ।”

ମଟରରୁ ଶେଠଜୀ କହିଲେ, ‘ ଡ଼ାକ୍ତରବାବୁ , ଦାଇ ଯା ଲୋଡ଼ା ବଚ୍ଚାଟାକୁ ଦିଅ- ରୂପୟା ଯା’ ଖରଚ ହେବ ହାମେ ଦବ।”

ଡ଼ାକ୍ତରବାବୁ ମୁରିକି ହସା ଦେଲେ।

“ବଖତ୍‌ ଚାଲିଗଲାଣି।”

“ ଶେଠ୍‌ଜୀଙ୍କ କାନରେ ଫୁସ୍‌ ଫୁସ୍‌ କରି ଗୋଟିଏ ଲୋକ କଣ କହିଲା, ବୋଧହୁଏ ଚୋରା ବଜାର କଥା।

ମଟର ଛାଡ଼ିଲା, ଜନତା ଫାଟିଲା, ସିନେମା ଦେଖାଳି ଚାରିଗୁଣ ବେଗରେ ଗୋଡ଼ ପକାଇଲେ। ସାଇକେଲବାଲା ଜୋର୍‌ରେ ସାଇକେଲ ଚଲାଇଲେ, କନେଷ୍ଟବଳ ଫାଣ୍ଡିକୁ ଫେରିଲା, ଏକ ଦୀର୍ଘ ନିଶ୍ବାସର ଉଷ୍ମତା ବାବାଜି ନିଜର ଶୀର୍ଣ୍ଣ ବୁକୁ ଉପରେ ଅନୁଭବ କଲା। ଚିମୁଟାକୁ ଦି’ ଥର ବାଡ଼େଇ ଦେଇ ବାବାଜି ଆଗକୁ ଦି’ ପାଦ ପକାଇଲା।

“ ଭଗବାନଙ୍କ ମାୟା-ପ୍ରଭୁ ପ୍ରଭୁ ହେ।”

ମଫସଲିଆ ଲୋକ ତିନିଟା ସାଧୁଙ୍କ ମୁହଁକୁ ଅନାଇଲେ।

“ବାବା ୟେ ଭଗବାନଙ୍କ ମାୟା ନୁହେଁ ତ , ଆଉ କ’ଣ? ପିଲାଟା ଏ ସଂସାରକୁ ଅସିଲା ବା କିଆଁ, ଗଲା ବା କିଆଁ?

ଯେଉଁ ପ୍ରଶ୍ନର ଝଡ଼ ତାହାର ମନକୁ ’କ୍ଷଣକ ଲାଗି ଗଭୀର ଭାବେ ଅଶାନ୍ତ, ଆନ୍ଦୋଳିତ କରିଥିଲା, ତାହାର ଶେଷ ଭ୍ରଷ୍ଟବାୟୁ ପ୍ରବାହ ପରି ବାବାଜିର ଛାତି ଫୁଲି ଉଠିଲା ପଡ଼ିଗଲା।

“ ପ୍ରଭୁଙ୍କୁ ଏକା ଗୋଚର। -ମାୟା- ବାବା, ମାୟା-, ସଂସାର ମାୟା।”

ସେ ବାଟରେ ଗଲା-

-ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କର ଧଳା ମଟର।

-ମାନ୍ୟବର ମନ୍ତ୍ରୀଙ୍କର କଳା ମଟର।

-ପୂଜ୍ୟ ନେତାଙ୍କର ହଳଦିଆ ମଟର।




+ -

© Jataayu Charitable Trust
Site designed,developed & maintained by Tekons