ହିରୋସିମା


ପୃଥିବୀର ହେ ନରନାରୀ।

ତୁମେ ବୁଝିପାର ଆମ ଭାଷା?

ଆମ ଅଶରୀରୀ, ମଣିଷର ଆତ୍ମାଖାଲି।

 

ଦିନେ… ଆମର ବି ଦେହ ଥିଲା, ଥିଲା ଅବସ୍ଥିତି

ତୁମ ଭଳି ବଞ୍ଜିଥିଲୁ ବୁଝୁଥିଲୁଁ

ଜୀବନର ସୁଖ-ଦୁଃଖ, ରୋଗ-ଶୋକ, ପ୍ରେମ ଆଉ ପ୍ରୀତି;

ଆମର ବି ବାସ ଥିଲା, ଥିଲା ଆଶା ଆଭିଳାଷ,

ଆମେ ଭଲ ପାଉଥିଲୁଁ-

ଏ ସମୁଦ୍ର, ଏ ଆକାଶ, ଗ୍ରହ-ତାରା, ନୈମିତ୍ତିକ ସୂର୍ଯ୍ୟ,

ରୂପର ଦିଗନ୍ତ ସତ୍ତା, ପୃଥିବୀର ବିପୁଳ ଐଶ୍ବର୍ଯ୍ୟ

ଭଲ ପାଉଥିଲୁଁ ଏହି

ପ୍ରିୟ ଥିଲା ଏଜୀବନ, ଜୀବନର ଲକ୍ଷ ଅନୁଭୂତି

ଶୈଶବର ଲୀଳାଖେଳା, ଯୌବନର ଉଦ୍ଦୀପନା,

ଦିନାନ୍ତେ ସୁଷୁପ୍ତି…।

ଊର୍ଦ୍ଧ୍ବେ ଶାନ୍ତିର ପ୍ରତୀକ ପ୍ରକୃତିର ଅନ୍ତିମ ନୀଳିମା-

ନିମ୍ନେ ତା’ର ବାସଭୂମି ଜନାକୀର୍ଣ୍ଣ ପ୍ରି଼ୟ ହିରୋସୀମା

(ଅସମାପ୍ତ)

 

 




+ -

© Jataayu Charitable Trust
Site designed,developed & maintained by Tekons