୧୯୪୯




ହେ ମୋର ଭାରତ !

ସ୍ବରାଜ୍ୟର ରାମନନ୍ଦୀ ଚିତାରାଜ୍ୟଗୋଷ୍ଠୀ ଝାଲରୀ ପଣତ

ଟ୍ରୁମାନର ଅନୁଦାସନିଜାମର ବିଶ୍ବସ୍ତ ଗୋଲାମ

ବହୁକାଳବହୁକାଳ ମୁଲକେ ରାଜ୍ୟ କଲା ରାମ,

 କହ, ଆଉ କେତେ କାଳ?

ମାଂସ ଯାଇଛି ଝଡ଼ି, ଅଛି ହାଡ଼, କେବଳ ହିଁ ହାଡ଼

ହାତର ଶାସନ ଲାଗି ଗୁଳି ଗ୍ୟାସ୍କଲେ ଲାଠିମାଡ଼

ଦିଗେ ଦିଗେ ଆର୍ତ୍ତ ହାହାକାର

ଦାକ୍ଷିଣାତ୍ୟ ଉପତ୍ୟାକା ଶିହରାଇ ଡ଼ାକ କାହାର ?

ଖେତେ ଖେତେ ଗ୍ରାମେ ଗ୍ରାମେ ଆଣିଅଛି ସବୁଜ ହିଲ୍ଲୋଳ;

ଅନ୍ଧାରର ଦୁର୍ଗେ ଦୁର୍ଗେ ବଜ୍ରଠାରୁ ଆହୁରି କଠୋର

ହାଣିଛି ଆଘାତ,

ଦେଶମାଟିରେ କରି ପ୍ରଭାତର ଅଦ୍ୟରଶ୍ମିପାତ

ହାତେ ବର୍ଚ୍ଛା, ପୃଷ୍ଠେ ଧନୁ, ଜାଗିଉଠେ ଅସଂଖ୍ୟ କିଶାନ

ଜାଗେ ତେଲେଙ୍ଗାନା ବୀର, ଜାଗେ ବଙ୍ଗ, ଆସାମୀ ଯୁଆନ

ଆଲୋକର ରକ୍ତପଥେ, ଜୀବନର ଦୁର୍ଦ୍ଧର୍ଷ ସଂଗ୍ରାମେ;

ତାହାର ଆହ୍ବନ ଯେ ଉତ୍ତେଜିତ ଗ୍ରାମେ ଗ୍ରାମେଗ୍ରାମେ

 ଡ଼ାକ ଦିଏଡ଼ାକ ଦିଏରକ୍ତପ୍ରଭ ଯୁଗର ସବିତା

ସ୍ବପ୍ନେ ଖାଲି ରଚେ ଛନ୍ଦ ମୁଁ କି ସତେ ଏଡ଼େ ଅପଦାର୍ଥ

ନା, ନା, ମୁଁ ଶକ୍ତ, ମୁଁ ପାର୍ଥ,

 ନାଁ ଚାହେ ବୃଥା ବାକ୍ୟବ୍ୟୟ,

 ମନୁ ମୋର ଅପସରି ଯାଇଅଛି ସକଳ ସଂଶୟ;

ରଣେ ଆଜି କରେ ପଣ;

ଏକା ଧରା ହେବ ଅକୌରବା,

ମାଟି ଦେହେ ଶରୀର ମିଶିଯିବ ଅବା ;

ଅନ୍ୟ ପନ୍ଥା ନାହିଁ

ଶୁଣିଯାଅ, କୁରୁ ଶତଭାଇ

 ନୁହେଁ ଏହା ଗୃହ ଯୁଦ୍ଧ, ତା ଏଇ ଶେଷ ଅଭିଯାନ-

 

ମେଦିନୀରେ ସ୍ଥିତି ଯା ଅସ୍ବୀକୃତ ସୁଚ୍ୟଗ୍ର ପ୍ରମାଣ




+ -

© Jataayu Charitable Trust
Site designed,developed & maintained by Tekons